Site icon Awaj Media

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭାରତୀୟ ପ୍ରବାସୀ ପରିଷଦ ସଂଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ . କୁଏତ ର ଫରୱାନିଆ ଅଞ୍ଚଳ ରେ ଅବସ୍ଥିତ ବାଦ୍ଦର ଅଲ ସାମା ମେଡିକାଲ ସେଣ୍ଟର ପରିସରରେ ୨୦ ତାରିଖ ଶୁକ୍ରବାର ଦିନ ଭାରତୀୟ ପ୍ରଭାସୀ ପରିଷଦ (ବିପିପି) ସଙ୍ଘ ର ଉଦ୍ୟମରେ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ସକାଳ ୧ ଟାରୁ ଅପରାହ୍ନ ୭ଟା ପର୍ଯ୍ୟନ୍ତ ପରିଚାଳିତ ହୋଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଡାକ୍ତର.ସୌମ୍ୟା ଆର. ସେଠି , ସମାଜ ସେବୀ ମନୋଜ ମାଲେବିକାର , ପୂର୍ବତନ ରୋଟାରି କ୍ଳବ ସଭାପତି ନାଗରାଜ ତାନ୍ତ୍ରି ଯୋଗଦାନ କରିଥିଲେ | ଭାରତୀୟ ପ୍ରବାସୀ ପରିଷଦ ସଙ୍ଗ ର ଯୁଗ୍ନ ସଚିବ ରାଜ ଭଣ୍ଡାରୀ ସଭା ର ମଞ୍ଚ ପରିଚାଳନା କରିଥିଲେ | ଆୟୋଜିତ କାର୍ଯ୍ୟକ୍ରମ ରେ ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ର ସମସ୍ତ କେନ୍ଦ୍ରୀୟ କମିଟି ର ସଭ୍ୟ ସଭାପତି – ବିନୟ ସେବାଷ୍ଟୀୟନ, ବିଶ୍ୱ ରଞ୍ଜନ ସାହୁ – ଏରିଆ ସଭାପତି, ସୁଧୀର ମେନନ – ସାଧାରଣ ସମ୍ପାଦକ , ଶ୍ରୀଯୁକ୍ତ ବିନୋଦ, ଶ୍ରୀଯୁକ୍ତ ସମ୍ପଥ – ଉପସଭାପତି, ଶ୍ରୀଯୁକ୍ତ ରାଜୀବ – ଯୁଗ୍ମ ସମ୍ପାଦକ, ଶ୍ରୀଯୁକ୍ତ କାର୍ତିକନ, ଶ୍ରୀଯୁକ୍ତା ରେଶ୍ମି ନବୀନ , ଶ୍ରୀଯୁକ୍ତ ସନ୍ତୋଷ ଉପସ୍ଥିତ ଥିଲେ | ଭାରତୀୟ ପ୍ରବାସୀ ପରିଷଦ ଓଡିଶାର କାର୍ଯକାରିଣୀ କମିଟି ସଭ୍ୟ ଶ୍ରୀଯୁକ୍ତ ଘନଶ୍ୟାମ ପଲାଇ, ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଜେନା, ଶ୍ରୀଯୁକ୍ତ ଅଶୋକ କୁମାର ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ | ଏହି ମାଗଣା ଚିକତ୍ସା ଶିବିର ରେ ସହଯୋଗ କରିଥିବା ସମସ୍ତ ସ୍ଵେଛାସେବୀ, ଭାରତୀୟ ପ୍ରବାସୀ ପରିଷଦ ର ସମସ୍ତ କେନ୍ଦ୍ରୀୟ କମିଟି ର ସଭ୍ୟ ଓ ସମ୍ପୂର୍ଣ ନିସ୍ଵାର୍ଥପର ସେବା ରେ ନିୟୋଜିତ ଓ ପରିଚାଳନା କରିଥିବା ବାଦର ଅଲ ସାମା ମେଡିକାଲ କୁଏତ ର ସମସ୍ତ କର୍ମକର୍ତା ଙ୍କୁ ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ର ଏରିଆ ସଭାପତି ବିଶ୍ୱ ରଞ୍ଜନ ସାହୁ ଆନ୍ତରିକ ଶୁଭେଚ୍ଛା ପ୍ରଦାନ କରିଛନ୍ତି |

Exit mobile version