Site icon Awaj Media

ବଢୁଛି ପଲିଥିନ ବ୍ୟବହାର : ପ୍ରତିକାର ଦାବି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବହୁଳ ପରିମାଣରେ ପଲିଥିନ ବ୍ୟବହାର ଦ୍ବାରା ସହରରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପରିବେଶ ଦୂଷିତ ହେଉଅଛି । ଆଜିକାର ସଭ୍ୟ ଶିକ୍ଷିତ ସମାଜରେ ପଲିଥିନ ବ୍ୟବହାର ଅପକାରିତା ସମ୍ପର୍କରେ ସମସ୍ତେ ଅବଗତ ଥିଲେ ବି ପଲିଥିନ ଜିନିଷ ନେବା ଆଣିବାରେ ଏକ ସହଜ ସାଧ୍ୟ ମାଧ୍ୟମ ହୋଇଥିବାରୁ ଏହାର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏପରି କି ଚା ଦୋକାନ ରୁ ଆରମ୍ଭ କରି ପନିପରିବା ଦୋକାନ, ତେଜରାତି ଦୋକାନ, ଜଳଖିଆ ଦୋକାନ, ଗୁପଚୁପ ଷ୍ଟଲ, ଚାଟଷ୍ଟଲ, ଫାଷ୍ଟ ଫୁଡ଼ ଦୋକାନ , ବିଭିନ୍ନ ହୋଟେଲ ବଜାର ସବୁଠାରେ ପଲିଥିନ ବ୍ୟବହାର ବଢ଼ିବାରେ ଲାଗିଛି । ପଲିଥିନ ରେ ବଳକା ଥିବା ଖାଦ୍ୟ ପଦାର୍ଥକୁ ରାସ୍ତା କଡରେ ଫୋପାଡ଼ି ଦେଉଥିବା ବେଳେ ସେଥିରେ ଥିବା ବଳକା ଖାଦ୍ୟକୁ ଖାଇ ଗାଈ ଗୋରୁ ଓ ଅନ୍ୟ ପଶୁ ମାନେ ଅକାଳ ମୃତ୍ୟୁ ହେଉଥିବାର ଲକ୍ଷ୍ୟ କରାଯାଇଛି । ତେଣୁ ପଲିଥିନ ବ୍ୟବହାର ର ଅପକରିତାକୁ ଆଖି ଆଗରେ ରଖି ସରକାର ଏହାର ବ୍ୟବହାର କୁ ନିଷିଦ୍ଧ କରିଥିଲେ ସୁଦ୍ଧା ଏହା ନାଲି ଫିତା ତଳେ ଚାପି ହୋଇ ଯାଇଥିବା ଲକ୍ଷ୍ୟ କରାଯାଉଛି । ତେଣୁ ପଲିଥିନ ବ୍ୟବହାର ଅପକରିତା ପ୍ରତି ପ୍ରଶାସନ ଲୋକଙ୍କୁ ପଥପ୍ରାନ୍ତ ନାଟକ, ବିଜ୍ଞାପନ, ଡାକବାଜୀ ଯନ୍ତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରି ପଲିଥିନ ବ୍ୟବହାର ରୋକ ଲଗାଇବାକୁ ବୁଦ୍ଧିଜୀବୀ ଓ ପରିବେଶବିତ ଙ୍କ ପକ୍ଷରୁ ଦାବି ହେଉଛି ।ଏତଦ ଵ୍ୟତୀତ ପଲିଥିନ ବିକ୍ରି କରୁଥିବା ଦୋକାନ ଗୁଡିକ ଉପରେ ଚଢ଼ାଉ ଓ ବ୍ୟବହାର କରୁଥିବା ଦୋକାନ ଗୁଡିକ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତତ କାଳ ଏହାର ଲାଭ ମିଳିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Exit mobile version