Site icon Awaj Media

ବିଭିନ୍ନ କାର୍ଯ୍ୟକ୍ରମରେ ବାଳ ମୁକୁନ୍ଦ କେନ୍ଦ୍ରର ଯୋଗଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରବିବାର ବାଳ ମୁକୁନ୍ଦ କାର୍ଯ୍ୟକ୍ରମ ବ୍ରହ୍ମମୁହୂର୍ତ୍ତରେ ପରିଛା ମଠ ବିଜେ ଶ୍ରୀରାସିକରାଜ ମହାପ୍ରଭୁଙ୍କ ମନ୍ଦିର ବେଢ଼ା ପରିକ୍ରମା ନାମ ସଂକୀର୍ତ୍ତନ ସହିତ ହୋଇଥିଲା l ପୂର୍ବାହ୍ନରେ ରାଜସୀତାପୁର ଗୋଷାଣି ବ୍ଲକ ଅନ୍ତର୍ଗତ ଅନାଥ ଆଶ୍ରମ ଶ୍ରୀ ଜଗନ୍ନାଥ ନିକେତନର ଅନ୍ତେବାସୀଙ୍କ ନୂତନ ଗୃହରେ ଆଶ୍ରମର ମୁଖ୍ୟ ଅନାଦି ପାଣିଗ୍ରାହୀଙ୍କ ଦ୍ୱାରା ଆୟୋଜିତ ହନୁମାନ ଚାଳିଶା ଏବଂ ଗାୟତ୍ରୀ ଯଜ୍ଞ ମହନ୍ତ ରାମାନନ୍ଦ ଦାସଜୀ ଏବଂ ସ୍ୱାମୀ ନିଗମାନନ୍ଦଜୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ହୋଇଥିଲା l ଅପରାହ୍ନରେ ବାଳମୁକୁନ୍ଦ କେନ୍ଦ୍ରର ଶୁଭେଛୁ ଭେଙ୍କେଟେଶ୍ୱର ହୋତା ଙ୍କ ପିତା ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ହୋତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଶ୍ରୀୟାଖଣ୍ଡି ଗ୍ରାମରେ ଅନୁଷ୍ଠିତ ହୋଇଥିଲା l ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ ପୂର୍ବକ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଯୋଗଦାନ ଦେଇଥିଲେ l

Exit mobile version