Site icon Awaj Media

ଶ୍ରମିକ ସଂଘ ପକ୍ଷରୁ ମା ତାରିଣୀ ମେଳା ଅନୁଷ୍ଠିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତ ମା ବୁଢୀ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ଅସୁରେଶ୍ଵର ବଜାର ମା ବୁଢୀ ଜାଗୁଳାଇ ଶ୍ରମିକ ସଂଘ ପକ୍ଷରୁ ୧୭ ତମ ମା ତାରିଣୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୁରୁବାର ଦିନ ଅପରାହ୍ନରେ ଲୁଣା ନଦୀ ରୁ ମା ତାରିଣୀ ଙ୍କ ମେଳ ଉଦସ୍ୟ ରେ କଳସ ଶୋଭା ଯାତ୍ରା ଅଣାଯାଇ ଘଟ ସ୍ଥାପନ କରାଯାଇଥିଲା । କର୍ତ୍ତା ରୁପେ ରଘୁନାଥ ସାହୁ ସଙ୍କଳ୍ପ ରେ ବସିଥିଲେ । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରମିକ ସଂଘ ର ସଭାପତି ଙ୍କ ତତ୍ବାବଧାନରେ ଏହି ମେଳା ଅନୁଷ୍ଠିତ ହୋଇଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଅସୁରେଶ୍ଵର ଅଞ୍ଚଳବାସୀ ମା “ଙ୍କ ମେଳା କୁ ଯାଇ ମାତୃକୃପା ଅର୍ଜନ କରିଥିଲେ। ପଣ୍ଡିତ ଶ୍ରୀକାନ୍ତ କୁମାର ପଣ୍ଡା ଏବଂ ତାଙ୍କର ସହଯୋଗୀ ପୂଜା ରେ ସହଯୋଗ କରିଥିଲେ ।

Exit mobile version