ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ମା ଚର୍ଚିକା ପୀଠରେ ତିନି ଦିନ ଧରି ଚାଲିଥିବା ଚନ୍ଦନ ଯାତ୍ରା ସମାପ୍ତ ହୋଇଛି । ଏଥିରେ ଓଡ଼ିଶାର ବହୁ ଦୂର ଦୂରାନ୍ତରୁ ଆସିଥିବା ଭକ୍ତମାନେ ମା ‘ ଙ୍କର ଦୁର୍ଲ୍ଲଭ ରୂପ ଦର୍ଶନ କରିବା ସହିତ ଯାତ୍ରାରେ ସାମିଲ ହୋଇଥିଲେ । ସବୁଠାରୁ ବଡକଥା ଭାଇଚାରାର ଏହି ପର୍ବ ରେ ଦଳଗତ ନିର୍ବିଶେଷରେ ସମସ୍ତେ ଏକ ମନ ହୋଇ ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ କରିଥିଲେ । ବିଶେଷ କରି ସେବାୟତ ମାନେ ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ମିଳିତ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ବିଗତ ଦୁଇ ବର୍ଷ ହେଲା ଏହି କାର୍ଯ୍ୟ ନିରାଡମ୍ବର ଭାବେ ପାଳନ କରାଯାଇଥିବା ବେଳେ ଏ ବର୍ଷ ବହୁ ଆଡମ୍ବରରେ କରାଯାଇଥିଲା । ଏହାକୁ ଆଗାମୀ ଦିନରେ ଆହୁରି ସରସ ସୁନ୍ଦର କରିବା ପାଇଁ ମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛନ୍ତି ।

