Site icon Awaj Media

ଦିବଂଗତ ଇଂ.ଅରକ୍ଷିତ ପାତ୍ରଙ୍କ ଶୋକସଭା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଉତ୍କଳ ହିତୈଷିଣୀ ସମାଜ ଏବଂ ଅବସର ପ୍ରାପ୍ତ ବାୟୁସେନା କର୍ମୀ ମାନଙ୍କ ମିଳିତ ସମାବେଶରେ ବିଶିଷ୍ଟ ଓଡ଼ିଆ ସାରସ୍ଵତ ସାଧକ ଦିବଙ୍ଗତ ଅରକ୍ଷିତ ପାତ୍ରଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଜଣେ ଭଲ କବି ଭାବେ ସର୍ବାଗ୍ରେ ଶ୍ରୀ ପାତ୍ର ପରିଚିତ ଥିଲା ବେଳେ ବିଶେଷ କରି ତାଙ୍କର ମିଠା ଭାଷା, ସମାୟାନୁବର୍ତ୍ତିତା , ମେଳାପି ବ୍ୟକ୍ତି ଥିଲେ । ଅନୁଭୂତି ଏବଂ ସ୍ୱର ଏକ ସୈନିକର ଦୁଇଖଣ୍ଡ ବହି ପ୍ରକାଶିତ କରିଛନ୍ତି ଏବେ ଅନେକ ଲେଖା ମଧ୍ୟ ସେ ଛାଡ଼ି ଚାଲି ଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ପ୍ରଦୀପ କୁମାର ଜେନା, ବିନୋଦ ଚନ୍ଦ୍ର ଜେନା, ଭାରତଭୂଷଣ ମହାନ୍ତି , ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ଶାଖା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରଭୃତି ମଞ୍ଚାସିନ ଥିଲେ । ଡକ୍ଟର କଲ୍ୟାଣୀ ମିଶ୍ର, ଡାକ୍ତର ମୁର୍ମୁ, ମଲିକାର୍ଜୁନ ପଟ୍ଟନାୟକ, ଜଗଦୀଶ ମହାପାତ୍ର, ସୂର୍ଯ୍ୟନାରାୟଣ ପଟନାୟକ, ନିତ୍ୟାନନ୍ଦ ଚୌଧୁରୀ, କୈଳାସ ପଟନାୟକ, ପ୍ରମୋଦ ଚନ୍ଦ୍ର ପାଢ଼ୀ , ଅରକ୍ଷିତ ଜେନା , ଶରତ ଚନ୍ଦ୍ର ସାହୁ ପ୍ରଭୃତି ଯୋଗଦାନ କରି ଶ୍ରୀ ପାତ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ ।

Exit mobile version