Site icon Awaj Media

ଐତିହାସିକ ସ୍ଥାନର ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ପ୍ରସ୍ତୁତି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ସଂସ୍କୃତି ବିଭାଗ ତରଫରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଐତିହାସିକ ସ୍ଥାନ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗଜପତି ଜିଲ୍ଲାର ବରିଷ୍ଠ ନାଗରିକ ତଥା ଉତ୍କଳ ହିତୈଷୀଣୀ ସମାଜର ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିନୋଦ ଚନ୍ଦ୍ର ଜେନା, ବିଚିତ୍ରା ନନ୍ଦ ଵେବର୍ତ୍ତା, ମୁରଲୀ ଧର ପରିଛା ଏବଂ ରାମଚନ୍ଦ୍ର ପାଢ଼ୀ ଯୋଗଦେଇ ଗଜପତି ଜିଲ୍ଲାର ବିଭିନ୍ନ ପୁରାତନ ଐତିହାସିକ ସ୍ଥାନ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା l ବିଶେଷ କରି ବୃନ୍ଦାବନ ପାଲେସ, ମହାରାଜା ପାଲେସ, ଆପନ୍ନା ପରିଚ୍ଛା ମଠ, ଅବଡାର ଧର୍ମଲିଙ୍କେଶ୍ୱର ମନ୍ଦିର, ଯୁଧିଷ୍ଠିର ମନ୍ଦିର, କୁନ୍ତୀ ମନ୍ଦିର ଏବଂ ଅଜୟ ଗଡ଼ ଦୁର୍ଗ ଗୁଡିକର ଓଡିଶା ପ୍ରତ୍ନତତ୍ତ୍ୱ ବିଭାଗକୁ ପଠାଇବା ପାଇଁ ପ୍ରସ୍ତାବ ଦିଆଗଲା ଏବଂ ଏହି ସମସ୍ତ ଐତିହାସିକ ସ୍ଥାନର ସୁରକ୍ଷା ନିମନ୍ତେ ପ୍ରସ୍ତାବ ଆଗତ କରାଗଲା । ଉକ୍ତ ବୈଠକ ରେ ଗଜପତି ଜିଲ୍ଲାର ସହିଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଙ୍କ ପାଇଁ ଶ୍ରଦ୍ଧା ସ୍ତମ୍ବ କରିବା ପାଇଁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରସ୍ତାବ ଦେଇଥିଲେ l ଏହି ବୈଠକ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ସ୍ୱରାଜ୍ୟ ଶିଶା , ନରସିଂହ ବ୍ରଜବନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version