Site icon Awaj Media

ଦୁଇ ପଞ୍ଚାୟତବାସୀଙ୍କ ସିମା ବିବାଦ ସମାଧାନ ନୋହିଲା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ତହସିଲ ଅନ୍ତଃଭୁକ୍ତ ବୁଡୃକିଆ ପଞ୍ଚାୟତର ଦୁଇଟି ଓ୍ବାର୍ଡ ବାଲିସୁଗା ଓ ମାଦିନାଟ । ଏହି ଦୁଇଟି ଓ୍ବାର୍ଡରେ ରହି ଆସୁଥିବା ଅଦିବାସୀ ମାନଙ୍କ ମଧ୍ୟରେ ସିମା ବିବାଦ ଲାଗି ରହିଥିବା ବେଳେ ଦୁଇମାସ ତଳେ ଏହାକୁ ନେଇ ଦୁଇ ଓ୍ବାର୍ଡ ମଧ୍ୟରେ ଧସ୍ତା ଧସ୍ତି ପରିସ୍ଥିତି ଉପୁଜିଥିଲା । ଏହା ପରେ ପ୍ରଶାସନ ପକ୍ଷରୁ ସିମା ବିବାଦର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ବାଲିଗୁଡା ତହସିଲଦାରଙ୍କୁ ଦାୟିତ୍ବ ଦିଆଯିବା ପରେ ୨୪ ତାରିଖ ମଙ୍ଗଳବାର ଦିନ ଉଭୟ ଓ୍ବାର୍ଡ ବାସୀଙ୍କୁ ଦିଆଯାଇ ଯେଉଁ ସିମାରେ ବିବାଦ ରହିଛି ସେଇ ସ୍ଥାନରେ ବୈଠକ ସହ ଆଲୋଚନା ପାଇଁ ତହସିଲଦାର, ସୁପରଭାଇଜର, ଆର୍,ଆଇ ଯାଇ ପହଁଚିଥିବା ବେଳେ ବାଲିସୁଗା ଓ୍ବାର୍ଡବାସୀ ଉକ୍ତ ବୈଠକରେ ନପହଁଚି ସମାଧାନ ଓ ଆଲୋଚନାକୁ ସହଯୋଗ ନକରିଥିବାରୁ ଅନ୍ୟ ପକ୍ଷ ମାଦିନାଟ ଓ୍ବାର୍ଡବାସୀଙ୍କୁ ତହସିଲଦାର ଅନ୍ୟଏକ ଦିନ ସମାଧାନ ଦେବା ନେଇ ଆଲୋଚନା କରିବା ସହ ସହଯୋଗ ପାଇଁ ନିବେଦନ କରିବା ସହ ଆଲୋଚନା କରି ଫେରିଥିବା ଦେଖିବାକୁ ମିଳିଥିଲା । ଯଦି ଏଭଳି ବାରମ୍ବାର ସମାଧାନ ନ ହୁଏ ଓ ସହଯୋଗ ନମିଳେ ତେବେ ଆଗାମି ଦିନରେ ଏହା ଉଗ୍ରରୂପ ନେବ ବୋଲି ଚେତାବନି ଦେଇଛନ୍ତି ମାଦିନାଟ ପଞ୍ଚାୟତ ବାସୀ l

Exit mobile version