ନୟାଗଡ କରଣସାହିରେ ଦେହ ବ୍ୟବସାୟୀଙ୍କ ଉନ୍ମତ୍ତ କାଣ୍ଡ : ପୁଲିସ ଅ(ଜାଣତ) ରେ ଚାଲିଛି କାରବାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଭୁବନେଶ୍ୱର ବମିଖାଲ ରୁ ଆସି ନୟାଗଡ଼ କରଣସାହି ରହି ମହିଳା ଚଳାଇଛନ୍ତି ଦେହ ବ୍ୟବସାୟ। ମହିଳାଙ୍କ ସ୍ୱାମୀ ମୋବାଇଲ ଫୋନ, ଲ୍ୟାପଟପ୍, ଗ୍ୟାସ ଟାଙ୍କି , ସାଇକଲ ଆଦି ଚୋରି କରି ଜେଲରେ ଥିବାବେଳେ ସ୍ତ୍ରୀ ଚଲାଇଛନ୍ତି ଖୁଲମ ଖୁଲା ଦେହ ବ୍ୟବସାୟ । ମହିଳା ଜଣକ ଅତି ସହଜରେ ୧୮ / ୨୦ ବର୍ଷର ଯୁବକ ମାନଙ୍କୁ କରାୟତ କରୁଥିବା ବେଳେ ଜଣେ ବିବାହିତଙ୍କୁ ନିଜ ପାଖରେ ରଖି ହଡଣାଘଡା ରେ ପଡ଼ିଥିଲେ । ନୟାଗଡ଼ ନିକଟସ୍ଥ ଭାଲିଆଢିଅ ଗ୍ରାମର ଜଣେ ବିବାହିତ ବ୍ୟକ୍ତି ଦେହ ବ୍ୟବସାୟୀ ଙ୍କ ପ୍ରେମରେ ପଡି ଦୀର୍ଘ ମାସ ହେବ ନିଜ ଘରକୁ ନଯାଇ ଦେହ ବ୍ୟବସାୟୀ ଙ୍କ ଘରେ ରହୁଥିଲେ । ତାଙ୍କ ସ୍ତ୍ରୀ ଖୋଜ ଖବର ନେଇ ଦେହ ବ୍ୟବସାୟୀ ଙ୍କ ଘରେ ପହଞ୍ଚି ସ୍ୱାମୀଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦେହ ବ୍ୟବସାୟୀ ଜଣକ ମହିଳାଙ୍କ ସ୍ୱାମୀଙ୍କୁ ଘରେ ତାଲା ପକାଇ ରଖିବା ସହିତ , ଆସିଥିବା ମହିଳାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଫୋନ ମଧ୍ୟ ଭାଙ୍ଗି ଦେଇଥିଲେ । ଲୋକ ଗହଳି ହେବାରୁ ଅନ୍ୟ ରାସ୍ତା ଦେଇ ଦେହ ବ୍ୟବସାୟୀ ଙ୍କ ଘରୁ ବାହାରି ଯାଇଥିଲେ ସମ୍ପୃକ୍ତ ବ୍ୟକ୍ତି । ସହର ଭିତରେ ଖୁଲମ ଖୁଲା ଦେହ ବ୍ୟବସାୟ କରି ଛୋଟ ଛୋଟ ପିଲା ମାନଙ୍କ ଜୀବନ ନଷ୍ଟ କରୁଥିବା ଏବଂ ବିବାହିତ ବ୍ୟକ୍ତି ମାନଙ୍କର ଘରେ ପାରିବାରିକ ଅଶାନ୍ତି ସୃଷ୍ଟି କରୁଥିବା ଏବଂ ସ୍ଥାନୀୟ ସାହିକୁ ବଦନାମ କରିବା ସହିତ ପରିବେଶ ପ୍ରଦୂଷିତ କରୁଥିବା ଏହି ଦେହ ବ୍ୟବସାୟୀ ଙ୍କ ଘରେ ବିଭିନ୍ନ ସମୟରେ ଛାପା ମରାଯାଇ ମହିଳା ଙ୍କୁ ଉଚିତ ଦଣ୍ଡ ଦେବାପାଇଁ ସାଧାରଣ ରେ ଦାବି ହେଉଛି । ତେବେ ଆଗରୁ ଜଣେ ବର୍ଦ୍ଧି ପିନ୍ଧା ବାବୁ ସେଠାକୁ ନିୟମିତ ଯାଉଥିବାରୁ ଲୋକେ କହୁଛନ୍ତି ପୁଲିସ ଜାଣତରେ ଚାଲିଛି ପୁରା କାରବାର ।

Leave a Reply

Your email address will not be published. Required fields are marked *