Site icon Awaj Media

ଦଶପଲ୍ଲା ପ୍ରେସ କ୍ଲବ ର ନୂତନ ଗୃହ ଉଦଘାଟନ ଏବଂ ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

Spread the love

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ରେ ଦଶପଲ୍ଲା ବ୍ଲକ ଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ୍ ଚର୍ଚ୍ଚାରେ ରହି ଆସିଛି । ଏହି ପଛୁଆ ଅଞ୍ଚଳରେ ଦୁର୍ନୀତି , ଅନୀତି ଲୁପ୍ତ କରିବା ଓ ସାଧାରଣ ଗରିବ ଶ୍ରେଣୀ ର ଲୋକ ମାନଙ୍କ ସ୍ୱର କୁ ସରକାର ଙ୍କ ପାଖେ ପହଞ୍ଚାଇ ଗରିବ ପରିବାରରେ ହସ ଫୁଟାଇ ଥାନ୍ତି ଦଶପଲ୍ଲା ର ଏହି ପ୍ରେସ କ୍ଲବ ର ସାମ୍ବାଦିକ ମାନେ। । ସମାଜସେବା ହେଉ କି ଲୋକ ମାନଙ୍କୁ ସାହାଯ୍ୟ କରିବାରେ ହେଉ ପ୍ରଥମ ସ୍ଥାନ ରେ ଥାଏ ଦଶପଲ୍ଲା ର ପ୍ରେସ କ୍ଲବ । ଦଶପଲ୍ଲା ର ଏହି ପ୍ରେସ କ୍ଲବ ଟି ଦୀର୍ଘ ଦିନ ଧରି ଭଡ଼ା ଘରେ ରହି କାର୍ଯ୍ୟ ସମ୍ପାଦନ କରି ଆସୁଥିବା ବେଳେ କୌଣସି ସ୍ଥାୟୀ ଘରଟିଏ‌ ନଥିଲା । କିନ୍ତୁ ବର୍ତ୍ତମାନ ର ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନିଜସ୍ଵ ପାଣ୍ଠିରୁ ଅର୍ଥ ପ୍ରଦାନ କରିବା ପରେ ଏକ ନୂତନ ଘର ନିର୍ମାଣ କରାଯାଇଛି । ଦଶପଲ୍ଲା ପ୍ରେସ କ୍ଲବ ର ୧୧ ତମ ବାର୍ଷିକ ଉତ୍ସବ ଏବଂ ନୂତନ ଘର ଶୁଭ ଉଦଘାଟନ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ମୁଖ୍ୟ ବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା , ନୟାଗଡ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିର୍ଦ୍ଧାଥ ଚନ୍ଦ୍ର ରାୟ, ଦଶପଲ୍ଲା ବିଡ଼ିଓ ବିଶ୍ଵ ରଞ୍ଜନ ବିଶ୍ବାସ, ଦଶପଲ୍ଲା ଏନଏସି ର ଇଓ ଦେବବ୍ରତ କର ଯୋଗ ଦେଇଥିଲେ । ଏଥି ସହ ସମଗ୍ର ଜିଲ୍ଲା ର କୋଣ ଅନୁକୋଣରୁ ବହୁ ସାମ୍ବାଦିକ ବନ୍ଧୁମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। । ଶେଷରେ ପ୍ରେସ କ୍ଲବ ର ସଭାପତି ପ୍ରଶାନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କହିଥିଲେ କିପରି ସମଗ୍ର ଓଡ଼ିଶାରେ ସାମ୍ବାଦିକ ମାନଙ୍କୁ ପ୍ରତ୍ୟେକ କ୍ଷେତ୍ର ରେ‌ ଅବହେଳିତ ନ ହୁଅନ୍ତି ସେ ଦିଗରେ ସରକାର ଧ୍ୟାନ ରଖିବା ଆବଶ୍ୟକ ।

Exit mobile version