Site icon Awaj Media

ଜୀବିକା ମିଶନ ଦ୍ୱାରା 45 ଜଣ ଚାଷୀଙ୍କୁ ପାଣି ପମ୍ପସେଟ ବଣ୍ଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଳକର 39 ଟି ପଞ୍ଚାୟତର 45 ଜଣ ଚାଷୀଙ୍କୁ ପାଣି ପମ୍ପସେଟ ମାଗଣାରେ ଯୋଗାଇ ଦିଆଯାଇଛି । ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜୀବିକା ମିଶନ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଚାଷୀ ପାଣି ପମ୍ପ ପାଇ ଖୁସି ବ୍ୟକ୍ତ କରିବା ସହ ଜଳ ସେଚନ ଦ୍ବାରା ଫସଲ ଉତ୍ପାଦନ କରି ନିଜର ଆର୍ଥିକ ଅବସ୍ଥା ସୁଦୃଢ ହେବା ସହ ସମାଜର ମୁଖ୍ୟ ସ୍ରୋତ ରେ ପହଞ୍ଚି ଏକ ସଫଳ ଚାଷୀ ହୋଇ ପାରିବ ଏହାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଅଟେ । ସରକାରଙ୍କ ଏହି ଭଳି କାର୍ଯ୍ୟକ୍ରମ ଯୋଗୁଁ ଚାଷୀ ମହଲରେ ଖୁସିର ଲହରୀ ଖେଳିଯାଇଛି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର, ଆଇଟିଡିଏ ର ସ୍ୱତନ୍ତ୍ର ଅଧିକାରୀ ଜ୍ୟୋତିକୃଷ୍ଣ ବେହେରା, ପ୍ରକଳ୍ପ ଅଧିକାରୀ ଗୌତମ ସ୍ୱାଇଁ, ସଞ୍ଜୟ ଛଟେଇ, ସରପଞ୍ଚ ସେବତୀ ଗୋମାଙ୍ଗ ଅତିଥି ରୂପେ ଯୋଗଦେଇ ଚାଷୀଙ୍କୁ ପାଣିପମ୍ପ ବଣ୍ଟନ କରିଥିଲେ ।

Exit mobile version