ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶ୍ରୀ କରଣ ସାହି ସ୍ଥିତ ରାଧା ମୋହନ ମନ୍ଦିର ଠାରେ ଆଜି କିଷାନ ପାଣି ପଞ୍ଚାୟତ ତରଫରୁ କର୍ମକର୍ତ୍ତା ଚୟନ ଏବଂ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ କିଷାନ ପାଣି ପଞ୍ଚାୟତ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ଆଲୋଚନା ବୈଠକରେ ଚାଷୀଙ୍କ ବିଭିନ୍ନ ସମସ୍ୟା ଗୁଡିକ କୁ ନେଇ ଆଲୋଚନା କରାଯାଇଥିବା ବେଳେ ଚାଷ ପାଇଁ ଜଳ ଯୋଗାଣ, ଉପଯୁକ୍ତ ସମୟରେ ବିହନ ଏବଂ ସାର ଯୋଗାଇବା ଆଦି ବିଷୟକୁ ନେଇ ଆଲୋଚନା କରାଯାଇଥିଲା । ଏହି ଅବସରରେ କିଷାନ ପାଣି ପଞ୍ଚାୟତ ପକ୍ଷରୁ ଏକ ନିର୍ବାଚନୀ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଏହି ନିର୍ବାଚନରେ ସଭାପତି ରୂପେ ସୁର୍ଯ୍ୟ ନାରାୟଣ ପଟ୍ଟନାୟକ, ସମ୍ପାଦକ ରୁପେ ଏଡେଲା ରାମୁଲୁ ଏଵଂ କୋଷାଧ୍ୟକ୍ଷ ଭାବେ ଏନ୍ ସତିଶ କୁମାର ମନୋନୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ଚାଷୀ ଉପସ୍ଥିତ ରହି ନିଜ ନିଜ ମତ ପ୍ରକାଶ କରିଥିଲେ ।
କିଷାନ ପାଣି ପଞ୍ଚାୟତ ତରଫରୁ କର୍ମକର୍ତ୍ତା ଚୟନ !!!

