Site icon Awaj Media

ଦେବଗଡ଼ ଜିଲ୍ଲାରେ ମୌଳିକ ସୁବିଧା ରୁ ବଞ୍ଚିତ ଲୋକେ !!!

Spread the love

ଦେବଗଡ଼ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦେବଗଡ ଜିଲ୍ଲାରେ ମୌଳିକ ସୁବିଧା ରୁ ବଞ୍ଚିତ ସାଧାରଣ ଲୋକେ । ଆଜି ଓଡିଶା ସରକାରଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତିରେ ଦେବଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ରାତିଟେ ଅପେକ୍ଷା ପରେ ସକାଳ ୫ ଟାରେ ଜଣେ ମହିଳାଙ୍କୁ ପ୍ରସୂତି ନିମନ୍ତେ କାନ୍ଧରେ ବୁହାହୋଇ ଅଣାଯାଉଛି । ଘଟଣାଟି ଘଟିଛି ଦେବଗଡ଼ ଜିଲ୍ଲା ସଦର ମହକୁମାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ବଣିଆକିଲିଣ୍ଡା ଗ୍ରାମ ପଞ୍ଚାୟତର ନଳବନ୍ଧ ଗ୍ରାମରେ । ଗ୍ରାମର ମଦନ ମୋହନ ତାଙ୍କରି କିଛି ସହଯୋଗୀଙ୍କ ସହିତ ତାଙ୍କରି ସ୍ତ୍ରୀ ଏଞ୍ଜେଲିନା ଏଇନ ଙ୍କୁ ପ୍ରସୂତି ନିମନ୍ତେ କାନ୍ଧରେ ବୋହି ପ୍ରାୟ ୪ କି.ମି. ନେଲାପରେ ଅଟୋ ଜରିଆରେ ମୁଖ୍ୟ ଚିକିତ୍ସାଳୟକୁ ଅଣାଗଲା । ପରିତାପର ବିଷୟ ଏହିକି ଯେ ସ୍ବାଧୀନତାର ୭୫ ବର୍ଷ ଓ ଦେବଗଡ଼ ଜିଲ୍ଲା ଗଠନ ର ୨୮ ବର୍ଷ ପରେ ମଧ୍ୟ ଜିଲା ସଦର ମହକୁମା ଠାରୁ ମାତ୍ର ୧୦ କି.ମି. ଦୁରତାରେ ଥିବା ନଳବନ୍ଧ ଗ୍ରାମ ବାସିନ୍ଦା ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି । ସ୍ୱାସ୍ଥ୍ୟ ସେବା, ବିଜୁଳି, ଗମନାଗମନ ଇତ୍ୟାଦି ସରକାରଙ୍କ ଯୋଜନା ସେମାନଙ୍କ ପାଖରେ ସଠିକ ଭାବରେ ପହଞ୍ଚି ପାରିନାହିଁ । ‘ ମୋ ସରକାର ‘ କାର୍ଯ୍ୟକ୍ରମରେ ୩୧ ଟି ବିଭାଗର ୨୫୦ଟି ସେବାକୁ ସାମିଲ କରାଯାଇଛି । ମୋ ସରକାର ଜିଲ୍ଲାର ଏପରି ଉପାନ୍ତ ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦେଲେ ଲୋକେ ବାସ୍ତବରେ ଉପକୃତ ହୋଇ ପାରିବେ ।

Exit mobile version