Site icon Awaj Media

ଗଜପତି ଜିଲ୍ଲା ସ୍ତରୀୟ କ୍ରୀଡା : ପ୍ରତିଭାଶାଳୀ ଦକ୍ଷତା ଚିହ୍ନଟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ଠାରେ ରାଜ୍ୟ କ୍ରୀଡା ବିଭାଗ ତରଫରୁ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ କ୍ରୀଡା ଛାତ୍ରଛାତ୍ରୀ ମାନଙ୍କୁ ନେଇ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଗଜପତି ଜିଲ୍ଲାର ମୁନିସିପାଲିଟି ସମେତ ସମସ୍ତ ବ୍ଲକରେ ୨୭ ରୁ ୨୯ ତାରିଖ ପ୍ରର୍ଯ୍ୟନ୍ତ ତିନିଦିନ ଧରି ଚାଲୁ ରହିଛି l ଏଥିରେ ତାଲିମ ପାଇଥିବା ବ୍ଲକ ସ୍ତରୀୟ କ୍ରୀଡା ଦକ୍ଷତା ବୃଦ୍ଧି ଟେଷ୍ଟ କରି ଚୟନ କରାଯାଇଛି l ଏଥିରେ ଆଦର୍ଶ ବିଦ୍ୟାଳୟ ଚନ୍ଦ୍ରଗିରି, ବି.ଆର୍. ଆମ୍ବେଦକର କଲେଜ ଖୁଜୁରୀପଡା ଏବଂ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ଠାରେ ସ୍ଥାନ ନିରୂପଣ କରାଯାଇଛି l ଏଥିରେ ଗଜପତି ଜିଲ୍ଲାର କ୍ରୀଡା ଛାତ୍ରଛାତ୍ରୀ ୩୭୧ ଜଣ ଅଂଶ ଗ୍ରହଣ କରି ପ୍ରତିଯୋଗିତାରେ ଭାଗ ନେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରୁ ଜିଲ୍ଲା କ୍ରୀଡା ଅଧିକାରୀ ନଟବର ଗରଡ଼ା ଏବଂ ଜିଲ୍ଲାର ବିଭିନ୍ନ ସ୍କୁଲର ପିଇଟି ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ l

 

Exit mobile version