Site icon Awaj Media

ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ଆର ଉଦୟଗିରି ବ୍ଳକ ଗସ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳଙ୍କର ଆର. ଉଦୟଗିରି ବ୍ଳକ ଗସ୍ତ , ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା . ଆର ଉଦୟଗିରି ଗ୍ରାମର ଜନସ୍ୱାସ୍ଥ୍ୟ ବିଭାଗ ନିକଟରେ ନିର୍ମାଣ ହୋଇ ଥିବା ସିମେଣ୍ଟ ଇଟା ଫେକ୍ଟ୍ରି କୁ ଉଦଘାଟନ କରି ଏହାପରେ ରଣ୍ଡିବା କେ. ଏମ୍ ଭାଲିଆ ସାହି ଓ ମହେନ୍ଦ୍ରଗଡ଼ 5 ଟି ରୂପନ୍ତିକରଣ ବିଦ୍ୟାଳୟ ରଣ୍ଡିବା ଗ୍ରାମରେ ବ୍ଳକ ଦ୍ୱାରା ନିର୍ମାଣ ହୋଇ ଥିବା ପୋଖରୀ କାର୍ଯ୍ୟ ପରିଦର୍ଶନ ଏବଂ ଛେଳିଗଡ଼ ଗ୍ରାମର ମହିଳା ମଣ୍ଡଳ ନିର୍ମାଣ ଗୃହକୁ ଉଦଘାଟନ କରିଥିଲେ। ଏହା ସହ ବିଦ୍ୟାଳୟର ଶିକ୍ଷକ ଏବଂ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ସ୍ଥାନୀୟ ବିଡିଓ ପ୍ରଦୀପ କୁମାର ନାୟକ, ତହସିଲଦାର ନାରାୟଣ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ବି. ସାନୁଜ କୁମାର ବିଭିନ୍ନ ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Exit mobile version