Site icon Awaj Media

ରାଜନୀତିରେ ପାଦ ଥାପିବେ ପାରଳା ଗଜପତି ବଂଶ ର ଆଉ ଜଣେ ଦାୟଦ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟ ରାଜନୀତିରେ ପାରଳା ରାଜବଂଶର ସବୁବେଳେ ପ୍ରମୁଖ ଭୂମିକା ରହି ଆସିଛି । ଏବେ ପାରଳା ଗଜପତି ବଂଶର ଆଉ ଜଣେ ଦାୟଦ ରାଜନୀତି ରେ ପାଦ ଥାପି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ଦାୟଦ ଗୋପୀନାଥ ଗଜପତି ଦୁଇ ଥର ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଏହି ରାଜବଂଶକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି । ଗୋପୀନାଥ ଙ୍କ ପରେ ତାଙ୍କ କନ୍ୟା କଲ୍ୟାଣି ଗଜପତି ବିଜେଡି ବିଧାୟକ ପାର୍ଥି ଭାବେ ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ି ହାରିଥିଲେ । ଦୀର୍ଘ 30 ବର୍ଷ ପରେ ଗୋପୀନାଥ ଗଜପତିଙ୍କ ଭାଇ ଜଗନ୍ନାଥ ନାରାୟଣ ଦେବଙ୍କ ଝିଅ ପାରଳାଖେମୁଣ୍ଡି ମାଟିରେ ପାଦ ଥାପିବା ସହ ସୁଯୋଗ ମିଳିଲେ ରାଜନୀତିରେ ପ୍ରବେଶ କରିବେ ବୋଲି କହିଛନ୍ତି । ଗୋପୀନାଥ ଗଜପତିଙ୍କ ଦେହାନ୍ତ ପରେ କିଛି ବର୍ଷ ହେଲା ତାଙ୍କ ଝିଅ କଲ୍ୟାଣି ଗଜପତି ରାଜପ୍ରାସାଦରେ ରହି ଆସୁଛନ୍ତି । ରାଜଗାଦି ମଧ୍ୟ ଆରୋହଣ କରିଛନ୍ତି । କିନ୍ତୁ ଆଜି ଜଗନ୍ନାଥ ନାରାୟଣ ଦେବଙ୍କ ପତ୍ନୀ ଶୈଳଜା ଦେଵୀ ଓ ତାଙ୍କ ଝିଅ ନବନିତା ଦେବୀ ପାରଳାଖେମୁଣ୍ଡି ରେ ପହଞ୍ଚି ପ୍ରଥମେ ଜଗନ୍ନାଥ ମନ୍ଦିର ଓ ମହାରାଜାଙ୍କ ଇଷ୍ଟଦେବୀ ମା ମାଣୀକେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ । ଏହା ପରେ ସେଠାରୁ ତହସିଲ କାର୍ଯ୍ୟାଳୟ ଗସ୍ତ କରି ନିଜର ଉତ୍ତରାଧିକାରୀ ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ଦୀର୍ଘ ବର୍ଷ ପରେ ପାରଳାଖେମୁଣ୍ଡି ଆସି ନିଜ ଲୋକ ମାନଙ୍କୁ ଦେଖି ସେମାନେ ବହୁତ ଖୁସି ଅନୁଭବ କରିଥିବା କହିଛନ୍ତି । ତେବେ ସୁଯୋଗ ମିଳିଲେ ଏଠାରେ ରହି ଲୋକଙ୍କ ସେବା କରିବାର ଇଚ୍ଛା ରହିଥିବା ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜକୁମାରୀ ନବନିତା . ଗଜପତି ରାଜ ପରିବାରର ପୈତୃକ ଅଧିକାର ରହିଛି । ଏଠାରେ ରହି ନିଜ ପୂର୍ବଜ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ସମ୍ମାନ ରକ୍ଷା କରିବାକୁ ପ୍ରୟାସ କରିବି । ଏଥି ସହ ରାଜ ପରିବାରର ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନ ଗୁଡିକ ର ରକ୍ଷଣାବେକ୍ଷଣ କରିବାକୁ ମନସ୍ଥ କରିଛି ବୋଲି କହିଛନ୍ତି ନବନୀତା ।

Exit mobile version