ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ସ୍ୱେଚ୍ଛାସେବୀ ସଂଗଠନ ଟିମ୍ ୪୯୯ ର ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ରାକେଶ ସାହୁ ମନୋନୀତ . ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ ୪୯୯ ଓଡ଼ିଶା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜଣାଶୁଣା ସାମାଜିକ କର୍ମୀ ତଥା ଯୁବ ସାମ୍ବାଦିକ ରାକେଶ ସାହୁଙ୍କୁ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବରେ ମନୋନୀତ କରାଯାଇଛି .
ସାମ୍ବାଦିକ ରାକେଶ ସାହୁ ୪୯୯ ସଂଗଠନର ଜଣେ ଆଗ ଧାଡ଼ିର ସଦସ୍ୟ ହୋଇଥିବା ବେଳେ ଜଣେ ସହୃଦୟ ମଣିଷ , ମାନବ ସେବା ହିଁ ମାଧବ ସେବା ଏହାକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରି ନିଃସ୍ୱାର୍ଥପର ସହ ସମାଜ ସେବା କ୍ଷେତ୍ରରେ ଆଗେଇ ଆସିଛନ୍ତି . ନିଜ ପାଖାପାଖି ଅଞ୍ଚଳରେ ରହୁଥିବା ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଥାନ୍ତି . ଟିମ୍ ୪୯୯ ଓଡ଼ିଶା ର ସମସ୍ତ ସଦସ୍ୟ ତାଙ୍କ ଉପରେ ଅନୁପ୍ରାଣିତ ତାଙ୍କର ଏହି ନିଆରା କାମ ପାଇଁ ତାଙ୍କୁ ସଂଗଠନ ପକ୍ଷରୁ ପରିଚୟ ପ୍ରଦାନ କରାଯାଇଛି ।

