Site icon Awaj Media

ଜଗନ୍ନାଥଙ୍କ ଅଙ୍ଗଵସ୍ତ୍ର ତିଆରିରେ ଚଳ ଚଞ୍ଚଳ ବୁଣାକାର ପରିବାର !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଆଗକୁ ଆସୁଛି ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା . ସ୍ନାନଯାତ୍ରା ଏବଂ ରଥଯାତ୍ରା ଆୟୋଜନ ପାଇଁ ପ୍ରଶାସନ ଠୁ ଆରମ୍ଭ କରି ସେବାୟତ, ଭକ୍ତ ଓ ବୁଣାକାର ପରିବାର ମାନେ ହୋଇ ଉଠିଛନ୍ତି ଚଳଚଞ୍ଚଳ । ଅଙ୍ଗବସ୍ତ୍ର ପରିଧାନ କରି ବିଜେ କରିବେ ଶ୍ରୀ ଜୀଉ ଜଗନ୍ନାଥ , ବଳଭଦ୍ର ଓ ଦେବୀ ସୁଭଦ୍ରା । ଏହି ଅଙ୍ଗବସ୍ତ୍ର ତିଆରି ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ରାଉତପଡା, ଶିମୋର ପାଟଣା ଓ ସାନ ପଦର ଗ୍ରାମର ବୁଣାକାର ପରିବାର ସଦସ୍ୟଙ୍କ ଦ୍ୱାରା । ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଜଗନ୍ନାଥ ମନ୍ଦିର ପ୍ରଶାସକ ରାଉତପଡା ତନ୍ତୁ ସମବାୟ ସମିତିର ବୁଣାକାର ପରିବାର ପକ୍ଷରୁ ଶ୍ରୀ ଜୀଉ ମାନଙ୍କର ଅଙ୍ଗବସ୍ତ୍ର ତିଆରି କରୁଥିବା ବେଳେ ଏବେ ଦୁଇ ବର୍ଷ ହେବ ଶିମୋର ପାଟଣା ଗ୍ରାମର ମନୋଜ କୁମାର ଦାସ ଓ ତାଙ୍କ ସାନ ଭାଇ ଧନଞୟ ଦାସଙ୍କ ପରିବାର ଲୋକ ମାନେ ଆଗ୍ରହର ସହ ବିଭିନ୍ନ ରଙ୍ଗ ଯଥା ନାଲି, ଗୋଲାପୀ ଓ ଗୋଲଡେନ ରଙ୍ଗର ପିତାମ୍ବରି ପାଟ ଓ ପାଗକୁ ଆଗ୍ରହର ସହ ମହାପ୍ରଭୁଙ୍କ ସେବା କରିବା ପାଇଁ ସୁଯୋଗ ମିଳିଛି । ଏତଦ ବ୍ୟତୀତ ଖଣ୍ଡଆ ପାଟ ଓ ବମକେଇ ପାଟ ମଧ୍ୟ ପ୍ରସ୍ତୁତ କରୁଛନ୍ତି ।

Exit mobile version