Site icon Awaj Media

ୟୁନିଟେକ ଡିଗ୍ରୀ କଲେଜ ପରିସରରେ ରକ୍ତଦାନ ଶିବିର ଆୟୋଜିତ !!!

Spread the love

ନୟାଗଡ ( ଆୱାଜ ମିଡିଆ ) – କିଶୋର ମହାପାତ୍ର : ରାଜ୍ୟରେ ରକ୍ତର ଅଭାବକୁ କିଛି ପରିମାଣରେ କମ କରିବା ପାଇଁ , ରକ୍ତଦାନ ଶିବିର ଆୟୋଜନ କଲେ ୟୁଥ ରେଡକ୍ରସ ଓ ରୋଟାରୀ କ୍ଲବ ନୟାଗଡର ସଦସ୍ୟ ମାନେ । ରାଜ୍ୟରେ ଦେଖା ଯାଉଥିବା ରକ୍ତ ଅଭାବ କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ବିଭିନ୍ନ ସମୟରେ ରକ୍ତଦାନ ଭଳି ମହତ କାର୍ଯ୍ୟ ଆୟୋଜନ କରି ଆସୁଥିବା ବେଳେ ଏହାକୁ ଗୁରୁତ୍ୱ ର ସହ ନେଇଛି ନୟାଗଡ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁନିଟେକ ଡିଗ୍ରୀ କଲେଜ । ରାଜ୍ୟରେ ରକ୍ତ ଅଭାବରୁ କାହାର ଜୀବନ ହାନି ନହେଉ ସେଥିପାଇଁ ସମସ୍ତେ ସଚେତନ ହେବାପାଇଁ ଆହ୍ୱାନ ଦେଇଥିଲେ ରକ୍ତଦାନ ଶିବିରର ଆୟୋଜକ । ଏହା ସହିତ ଆଗକୁ ଏପରି ଯୁବ ପିଢ଼ି ମାନେ ସ୍ବେଛାକୃତ ଭାବେ ଆସି ଏପରି ମହତ କାର୍ଯ୍ୟରେ ନିଜକୁ ସାମିଲ କରନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ସମାଜକୁ ବାର୍ତ୍ତା ଦେଇଥିଲେ । ଗୋଟିଏ ରକ୍ତ ଦୁଇ ଜଣଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଦୀପ କୁମାର ପୃଷ୍ଟି ପ୍ରକାଶ କରିବା ସହିତ ଆଗାମୀ ଦିନରେ ଏପରି ମହତ କାର୍ଯ୍ୟ ଜାରି ରହିବ ବୋଲି ମତବ୍ୟକ୍ତ କରିଛନ୍ତି । ଏହା ବ୍ୟତୀତ ରକ୍ତଦାନ କରି ରକ୍ତ ସମ୍ପର୍କ ଗଢିବା ନିହାତି ଆବଶ୍ୟକ ବୋଲି ମତ ପୋଷଣ କରିଛନ୍ତି । ରକ୍ତଦାନ ଭଳି ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ରକ୍ତଦାନ କରିଥିବା ବେଳେ ରକ୍ତଦାତା ମାନଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ ୭୫ ୟୁନିଟ ରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ ହୋଇଥିଲା । ଯାହାକୁ କି ସାଧାରଣ ଲୋକେ ଶୁଭେଚ୍ଛା ଦେଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି ।

Exit mobile version