Site icon Awaj Media

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦଶପଲ୍ଲା ବ୍ଲକ ର ଘୁଗୁଡିପଡ଼ା ପଞ୍ଚାୟତ ର ବିଡ଼ାପାଯୁ ୟୁ ଜି ମଇ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ରାଉତ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ବିଦ୍ୟାଳୟ ପରିସରରେ ଦିଆଯାଇଛି । ଉକ୍ତ ସଭାରେ ଏବିଓ ଗୋପବନ୍ଧୁ ଦେହୁରୀ ମୁଖ୍ୟ ଅତିଥି, ସିଆରସିସି କାଳନ୍ଦୀ ଚରଣ ସାହୁ ମୁଖ୍ୟ ବକ୍ତା, ପ୍ରଶାନ୍ତ କୁମାର ମହାପାତ୍ର ସଭାପତି ଦଶପଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ସମ୍ମାନିତ ଅତିଥି ଓ ଜନାର୍ଦ୍ଦନ ମୁଦୁଲି କୋଷାଧ୍ୟକ୍ଷ , ଦଶପଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ମଞ୍ଚାସିନ ଥିଲେ . ଉକ୍ତ କାର୍ଯ୍ୟକ୍ରମ କୁ ଏସଏମସି ସଭାପତି ଶରତ କୁମାର ମାଝି ପରିଚାଳନା କରିଥିଲେ . ପୂର୍ବତନ ଏସଏମସି ଚେୟାରମ୍ୟାନ ଏବଂ ପୂର୍ବତନ ଛାତ୍ର ଛାତ୍ରୀ ଏସ ଏମ ସି ର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ . ପ୍ରଧାନ ଶିକ୍ଷକ ଶ୍ରୀ ରାଉତ ଜଣେ ସୁଦକ୍ଷ ଶିକ୍ଷକ, ସାଧୁ ସତ୍ୟବାଦୀ ନିର୍ଭୀକ ଓ ସୁସଂଗଠକ ବୋଲି ସଭାରେ ଆଲୋଚନା କରାଯାଇଥିଲା । ଶ୍ରୀଯୁକ୍ତ ରାଉତ ନିଜର ଶିକ୍ଷକତା ୧୧, ୧୧, ୧୯୮୨ ମସିହା ରୁ ଆରମ୍ଭ କରିଥିଲେ, ଗରସା, କଉଡା, ଭୋଗରା, ନଛିପୁର, ପୁରୁଣା ଦଶପଲ୍ଲା ଅଞ୍ଚଳରେ ଶିକ୍ଷକତା ସାରି ବିଡ଼ାପାଜୁ ରୁ ଅବସର ନେଲେ, ଦଶପଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ସେ ଏକକାଳୀନ ୧୭ ବର୍ଷ ସଂଘର ସେକ୍ରେଟାରୀ ରୂପେ ଦକ୍ଷତାର ସହିତ କାର୍ଯ୍ୟ କରିଥିଲେ ।

 

Exit mobile version