Site icon Awaj Media

ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା କନଫରେନ୍ସ ହଲ ଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ଏମ୍ ଏମ୍ ଅଲ୍ଲି, ବିନୋଦିନି ବିଜ୍ଞାନ ମହା ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ତମାଖୁ ବ୍ୟବହାର ର କୁପରିଣାମ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା . ଉକ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ଓ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ଏମ୍ ଏମ୍ ଅଲ୍ଲି ପୁରସ୍କୃତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ ସମସ୍ତ ତମାଖୁ ର କୁ ଅଭ୍ୟାସରେ ନ ପଡିବା ପାଇଁ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପାରଳା ପୋୖର ପାଳିକାର ଆଶା କର୍ମୀ ମାନଙ୍କୁ ଲିଫଲେଟ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ନେତ୍ରାନନ୍ଦ ଶତପଥୀ ଏବଂ ସୂର୍ଯ୍ୟକାନ୍ତ ମିଶ୍ର ପରିଚାଳନା କରିଥିଲେ । ପ୍ରଚାର ପ୍ରସାର ସକାଶେ ଗଣମାଧ୍ୟମକୁ ସୂଚନା ଦେଇ ନ ଥିବାର ଅଭିଯୋଗ ହେଉଛି । ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ରେ ସୂଚନା ଦେବା ସକାଶେ ଏକ ହ୍ୱାଟସପ ଗୃପ କରାଯାଇଥିଲେ ମଧ୍ୟ ସୂଚନା ଦିଆଯାଉ ନାହିଁ । ଯାହା ଫଳରେ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ହୋଇ ପାରୁନାହିଁ କି ଏଥି ସକାଶେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ କୁ ମଧ୍ୟ ଅବଗତ କରାଯାଉନାହିଁ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ପଡିଲେ ସରକାର ଙ୍କର ବିଭିନ୍ନ ଯୋଜନା ସଫଳ ରୂପାୟନ ହୋଇ ପାରିବ ବୋଲି ଆଶା କରାଯାଉଛି ।

Exit mobile version