Site icon Awaj Media

ନିଆରା ଢଙ୍ଗରେ ୧୦୮ ଵାଳକଙ୍କୁ ସଂସ୍କାର ଦୀକ୍ଷା ପ୍ରଦାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସନାତନ ଧର୍ମର ପ୍ରଚାର ପ୍ରସାର ସହ ସଂସ୍କାର ଲାଗି ସାଧୁସନ୍ଥ ମାନେ ବିଭିନ୍ନ ସମୟରେ ଉଦ୍ୟମ ଜାରି ରଖିଥିବା ସ୍ଥଳେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଚଣ୍ଡେଶ୍ନରର ବାବା ଚଣ୍ଡିହର ଦେବଙ୍କ ପୀଠରେ । ଆଜି ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ବ୍ରତବଂଧ ମହାମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କେଦାରନାଥ ଧାମର ମଠାଧିସ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ର ମୁଖ୍ୟ ଶିଶ୍ୟ ପ୍ରଜ୍ଞାନନ୍ଦ ମହାରାଜଙ୍କ ଉପସ୍ଥିତିରେ ଓଡ଼ିଶାର ୧୫ ଟି ଜିଲ୍ଲାରୁ ଆସିଥିବା ୧୦୮ ଜଣ ଶୈବ ପୂଜଙ୍କ ପିଲା ମାନଙ୍କୁ ମୁଣ୍ଡନ କରାଯିବା ସହ ସଂସ୍କାର ଦିକ୍ଷା ପ୍ରଦାନ କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ରହିଥିବା ଗରିବ ଶ୍ରେଣୀର ଶୈବ ପୂଜକ ମାନଙ୍କ ପିଲା ମାନଙ୍କୁ ବିନା ମୂଲ୍ୟରେ ସଂସ୍କାର ଦିକ୍ଷା ପ୍ରଦାନ କରାଇବା । ଉକ୍ତ କାର୍ଯ୍ୟକ୍ରମରେ ୧୦୮ ଜଣ ଛୋଟ ଛୋଟ ବାଳକ ସହିତ ପରିବାର ସଦସ୍ୟ ମାନଙ୍କ ଉପସ୍ଥିତିରେ ସଂସ୍କାର ଦିକ୍ଷା ପ୍ରଦାନ କରାଯାଇଥିଲା । ତତ୍ ସହିତ ସନାତନ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ସ୍ୱାମୀ ପ୍ରଜ୍ଞାନନ୍ଦ ମହାରାଜ ତାଙ୍କର ପ୍ରବଚନ ଦେଇ କାର୍ଯ୍ୟକ୍ରମ ସମାପନ କରିଥିଲେ । ଏହି କାର୍ଯ୍ୟକ୍ରମ ଟି ଓଡ଼ିଶାରେ ନିଆରା ଓ ପ୍ରଥମ ଥର ହେଇଥିବାରୁ ଆଖପାଖ ଅଞ୍ଚଳର ମାତ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଦୀର୍ଘ ତିନି ଦିନ ଧରି ଚାଲିଥିବା ବେଳେ ଆଜି ତାର ସମାପନ ହେଲା ।

Exit mobile version