Site icon Awaj Media

ସମାଜସେବୀ ସ୍ୱର୍ଗତ ଅମୂଲ୍ୟ କୁମାର ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମାଜସେବୀ ତଥା ସ୍ବେଚ୍ଛାକୃତ ରକ୍ତଦାତା ସ୍ୱର୍ଗତ ଅମୂଲ୍ୟ କୁମାର ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅମୂଲ୍ୟ ଫାଉଣ୍ଡେସନ ପକ୍ଷରୁ ନୟାଗଡ଼ ସଦର ମହକୁମାସ୍ଥିତ ମାଇକ୍ରୋଟେକ ଇନଷ୍ଟିଚ୍ୟୁଟ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରୁ ମୋଟ ୧୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ ଅନୁଷ୍ଠାନର ସମ୍ପାଦିକା ମଧୁସ୍ମିତା ଲେଙ୍କା, ମ୍ୟୁନିସପାଲିଟି ମେୟର ନିରୁପମା ଖଟେଇ, ସମାଜସେବୀ ଦାମୋଦର ସାହୁ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଓଡିଶା ରକ୍ତଭଣ୍ଡାର କାର୍ଯ୍ୟାଳୟ ନୟାଗଡ଼ର ଡାକ୍ତର ଗୀତାଞ୍ଜଳି ପଟ୍ଟନାୟକ, କାଉନସେଲର ଅଜୟ କୁମାର ପଟ୍ଟନାୟକ, ଲାଵ ଟେକ୍ନିସିଆନ ପ୍ରକାଶ କୁମାର ପାଣିଗ୍ରାହୀ, ରବୀନ୍ଦ୍ର ନାଥ ସାହୁ, ଅଭିମନ୍ୟୁ ସାହୁ ଓ ସହାୟକ ପଞ୍ଚୁ ଦଳେଇ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ରାୟଗୁରୁ ଓ ଅଭିମନ୍ୟୁ ପରିଡା ପରିଚାଳନା କରିଥିଲେ ।

Exit mobile version