Site icon Awaj Media

‘ ହମ ‘ ଗୃପ ପକ୍ଷରୁ ସହାୟତା ପ୍ରଦାନ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ସହର ଉପକଣ୍ଠ ଗୋପୀନାଥପୁର ଗ୍ରାମରେ ଅବସ୍ଥିତ ଥିବା କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ର ରେ ପ୍ରାୟ ୩୫ ଜଣ ଦୃଷ୍ଟି ହୀନ ପୁରୁଷ ଓ ମହିଳା ବହୁ ବର୍ଷ ଧରି ରହି ଆସୁଛନ୍ତି | ପରନ୍ତୁ ଗତ ବୁଧୁବାର ଦିନ ଅପରାହ୍ନରେ ହୋଇଥିବା କାଳ ବୈଶାଖୀ ବର୍ଷା ଓ ପବନ ରେ ତାଲିମ କେନ୍ଦ୍ରର ଥିବା ବାସଭବନ ପୁରା ନଷ୍ଟ ହୋଇ ଯାଇଥିଲା | ଏହି ଖବର ପାଇ ଆଜି ‘ହମ’ ଗୃପ ପକ୍ଷରୁ ଅନୁଷ୍ଠାନକୁ ୩୧,୦୦୦ ( ଏକତିରିଶି ହଜାର ) ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଅର୍ଥ ରାଶି ପ୍ରଦାନ ସମୟରେ ‘ହମ’ ଗୃପ ତରଫରୁ ସଞ୍ଜୀବ କୁମାର ମାଣ୍ଡୋଠିଆ, ଅଶୋକ ପ୍ରଧାନ, ସୂର୍ଯ୍ୟକାନ୍ତ ମହନ୍ତ , ଗୃପ ର ସଦସ୍ୟ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ପର୍ଶୁରାମ ଦାଶ, ବାପୁଜୀ ପ୍ରଧାନ, ତାଲିମ କେନ୍ଦ୍ରର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ମଧ୍ୟ ଏଭଳି ସାମାଜିକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ‘ହମ’ ଗୃପ ର ସଞ୍ଜୀବ କୁମାର ମାଣ୍ଡୋଠିଆ ସୂଚନା ଦେଇଛନ୍ତି ।

Exit mobile version