Site icon Awaj Media

ଗମ୍ବାରିମୁଣ୍ଡା ପଙ୍କାଳ ଗ୍ରାମର ଖିଲାମୁଣ୍ଡା ଦେବୀଙ୍କ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ସମାପ୍ତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗମ୍ବାରିମୁଣ୍ଡା ପଙ୍କାଳ ଗ୍ରାମରେ ତିନିଦିନ ଧରି ଚାଲିଥିବା ଶ୍ରୀ ଖିଲାମୁଣ୍ଡା ଦେବୀଙ୍କ ମନ୍ଦିର ପାଙ୍ଗଣରେ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ଶେଷ ହୋଇଛି । ଗତ ଦୁଇବର୍ଷ ର କୋଭିଡ କଟକଣା ଭିତରେ କେବଳ ରୀତିନୀତିରେ ପୂଜାର୍ଚ୍ଚନା ହୋଇଥିବା ବେଳେ ଚଳିତ ବର୍ଷ ନିରାଡ଼ମ୍ବର ଭାବରେ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି . ଗତକାଲି ଅନ୍ତିମ ଦିନରେ ବାଣପୁର, ବାଲୁଗାଁ, ଟାଙ୍ଗୀ ଅଞ୍ଚଳର ୮ ଜଣ ଦେବୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମା ଖିଲାମୁଣ୍ଡା ବିଜେ ପଙ୍କାଳ, ମା ବୁଢୀମା ବିଜେ ରାହଣମେଲି, ମା ଉତ୍ତରାୟଣୀ ବିଜେ ବିଂଝଳା, ମା ବ୍ରାହ୍ମଣୀଦେବୀ ବିଜେ ଟାଙ୍ଗୀ, ମା ବ୍ରାହ୍ମଣୀଦେବୀ ବିଜେ କରଡାପଲ୍ଲୀ, ମା ବ୍ରାହ୍ମଣୀଦେବୀ ବିଜେ ଗମ୍ବାରିମୁଣ୍ଡା, ମା ଆଙ୍କୁଲେଇ ବିଜେ ଗମ୍ବାରିମୁଣ୍ଡା, ମା ବ୍ରାହ୍ମଣୀଦେବୀ ବିଜେ ତୋଟା ନିମନ୍ତ୍ରିତ ଦେବୀ ମାନେ ପାଟ ପଟୁଆର ଧରି ଆସିଥିଲେ । ସମସ୍ତ ପୂଜାର୍ଚ୍ଚନା ସମାପ୍ତ ହେବା ପରେ ପଡିଆ ମଧ୍ୟରେ ବାଣ ରୋଷଣୀ ସହିତ ଦେବୀ ମାନଙ୍କ ମହା ମିଳନ ଅନୁଷ୍ଠିତ ହୋଇଥିଲା । ଦୁଇବର୍ଷ ପରେ ହୋଇଥିବା ଏହି ମହା ମିଳନ କୁ ଦେଖିବା ପାଇଁ ବାଣପୁର, ବାଲୁଗାଁ, ନାଚୁଣୀ, ଟାଙ୍ଗୀ ଅଞ୍ଚଳର ବହୁତ ଭକ୍ତଙ୍କ ସମାଗମ ହୋଇଥିଲା ।

Exit mobile version