ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନେହେରୁ ଯୁବ କେନ୍ଦ୍ର ତରଫରୁ ବୃତ୍ତି ପରାମର୍ଶ କର୍ମଶାଳା କାର୍ଯ୍ୟକ୍ରମ ୟୁନିସେଫ୍ ସହାୟତା ରେ ନୟାଗଡ଼ ସ୍ୱୟଂଶାସିତ ମହା ବିଦ୍ୟାଳୟର ଜୁବୁଲି କନଫେରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱୟଂ ଶାସିତ କଲେଜର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ଆଇଟିଆଇ କଲେଜର ଅଧ୍ୟକ୍ଷ ଯୱାନ ଦାସ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସ, ଜିଲ୍ଲା ଯୁବ ଅଧିକାରୀ ଅନୁରାଗ କୁମାର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ତରଫରୁ ଅଶୋକ କୁମାର ସଂଯୋଜନା କରିଥିଲେ। ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ରିତାଞ୍ଜଳି ପ୍ରଧାନ ଓ ଆଇଆଇଏମ ବାଙ୍ଗାଲୋର ତରଫରୁ ଲିଜାଲିନ ମହାରଣା ଏଲଇଡି ମାଧ୍ୟମରେ ପ୍ରଶିକ୍ଷଣ କରାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କୌଣସି ସାମ୍ବାଦିକ ମାନଙ୍କୁ ସୂଚନା ଦିଆଯାଇ ନଥିଯିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଥିଲା । ଏତେ ବଡ଼ କାର୍ଯ୍ୟକ୍ରମ ପାଇଁ କାହା ପାଖରେ ସୂଚନା ନଥିଲା । କେବଳ ଏନସିସି ଭଲେଣ୍ଟିୟର ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଅନ୍ୟ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ଥିଲେ ମଧ୍ୟ ତାଙ୍କ ପାଖରେ କୈାଣସି ସୂଚନା ନଥିବାରୁ ସେମାନେ ନିରାଶ ହୋଇଥିଲେ । ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ କେବଳ ନୟାଗଡ଼ କଲେଜର କିଛି ଏନସିସି ଭଲେଣ୍ଟିୟର ମାନଙ୍କୁ ଚାପ ପ୍ରୟୋଗ କରି ଡ଼କାଇ ଯେନ ତେନ ପ୍ରକାରେ କାର୍ଯ୍ୟକ୍ରମ ଶେଷ କରିବା ନେଇ ଦୁଃଖର ବିଷୟ ବୋଲି କିଛି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି । ନେହେରୁ ଯୁବ କେନ୍ଦ୍ରର ଏହା ପ୍ରଥମ କାର୍ଯ୍ୟକ୍ରମ ନୁହେଁ ଯେଉଁଥିରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ନେହେରୁ ଯୁବ କେନ୍ଦ୍ର ତରଫରୁ ଏଭଳି ମନୋମୁଖୀ କାର୍ଯ୍ୟକ୍ରମ ବାରମ୍ବାର କରାଯାଇ ସାଧାରଣ ରେ ନିନ୍ଦିତ ହେଉଥିଲେ ମଧ୍ୟ ଜିଲ୍ଲା ଯୁବ ଅଧିକାରୀଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ । ଏହି କାର୍ଯ୍ୟକ୍ରମ ଦୀର୍ଘ ସମୟ ଧରି ଚାଲିଥିବା ବେଳେ ଅଂଶ ଗ୍ରହଣକାରୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ରେ କେବଳ ନିମ୍ନ ମାନର ଟିଫିନ୍ ଦିଆ ଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିବା ଆଲୋଚନା ହେଉଛି ।

