Site icon Awaj Media

ଅନୁଗୁଳ ଜିଲ୍ଲାର ୫୦ ଟି ହାଇସ୍କୁଲ 5T ଉପକ୍ରମରେ ରୂପାନ୍ତରଣ ଲୋକାର୍ପଣ ମହୋତ୍ସବ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ୨ୟ ପର୍ଯ୍ୟାୟରେ ଅନୁଗୁଳ ଜିଲ୍ଲାର ୫୦ ଟି ହାଇସ୍କୁଲ 5T ଉପକ୍ରମରେ ରୂପାନ୍ତରଣର ଲୋକାର୍ପଣ ମହୋତ୍ସବ ଅନୁଗୋଳର ପିଟିସି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଭର୍ଚୁଆଲ ମାଧ୍ୟମରେ ଏହାକୁ ଲୋକାର୍ପଣ କରିଥିଲେ । ଏଥିରେ ଏହି ସ୍କୁଲର ନବମ ଶ୍ରେଣୀ ଛାତ୍ର ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇବା ସହ ବଡ ହେଲେ କ’ଣ କରିବେ ବୋଲି ପଚାରିଥିଲେ , ଉତ୍ତର ଥିଲା ସେ ଡାକ୍ତର ହୋଇ ରୋଗୀ ସେବା କରିବେ । ଏହି ଲୋକାର୍ପଣ ଉତ୍ସବରେ ଅନୁଗୋଳ ଜିଲ୍ଲାର ବିଧାୟକ ଗଣ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଉପ-ଜିଲ୍ଲାପାଳ, ଆଠମଲ୍ଲିକ ଉପ-ଜିଲ୍ଲାପାଳ ଲଳିତ ମୋହନ ବେହେରା, କଣିହାଁ ବିଡ଼ିଓ ନିଶାନ୍ ମିଶ୍ର ସମେତ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Exit mobile version