Site icon Awaj Media

ହାତରେ ଗରା ବାଲ୍ଟି ଧରି ବ୍ଲକ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ବିକ୍ଷୋଭ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ବନ୍ଧଗାଁରେ ପଞ୍ଚାୟତରେ ବକେୟା ଟଙ୍କା ପଞ୍ଚାୟତ ପୈଠ ନକରିବାରୁ ବିଦ୍ୟୁତ୍ ବିଭାଗ କର୍ମଚାରୀ ପଞ୍ଚାୟତ ଜଳ ଭଣ୍ଡାର ପାଖରେ ଲାଗିଥିବା ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍ ସଂଯୋଗକୁ ବିଚ୍ୟୁତ କରିଦେବାରୁ ସ୍ଥାନୀୟ ଲୋକେ ଖରଦିନରେ 15 ଦିନ ହେବ ଶୁଦ୍ଧ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି . ଜଳସଙ୍କଟକୁ ଭିତ୍ତିକରି ଶୁକ୍ରବାର ଦିନ ଗ୍ରାମର ବହୁ ମହିଳା ଏକତ୍ରିତ ହୋଇ ଗରା , ବାଲ୍ଟି ଧରି ଗ୍ରାମରୁ ଚାଲି ଚାଲି ଆସି ସୁକିନ୍ଦା ବ୍ଲକ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ବ୍ଲକ ବିଡ଼ିଓ ତାପସ କୁମାର ସେଠୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ମହିଳା ମାନଙ୍କୁ ବହୁ ବୁଝା ବୁଝି କରି ଜଳ ସଙ୍କଟ ତୁରନ୍ତ ଦୂରୀକରଣ କରିବା ପାଇଁ ପ୍ରତିଶୃତି ଦେବା ପରେ ମହିଳା ମାନେ ବିକ୍ଷୋଭ ପ୍ରଦର୍ଶନରୁ ଓହରି ଯାଇଥିବା ସୂଚନା ମିଳିଛି ।

Exit mobile version