Site icon Awaj Media

୨ ଜଣ ଚୁକ୍ତି ଭିତ୍ତିକ ଗ୍ରାମ ରୋଜଗାର ସେବକ ଚାକିରୀ ରୁ ବିଦା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ର ଦୁଇ ଜଣ ଚୁକ୍ତି ଭିତ୍ତିକ ଗ୍ରାମ ରୋଜଗାର ସେବକଙ୍କୁ ଆଜି ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ଚାକିରୀ ରୁ ବହିଷ୍କୃତ କରିଛନ୍ତି । ବଳଭଦ୍ର ସ୍ୱାଇଁ ଯିଏକି ଭାପୁର ବ୍ଲକ ଅନ୍ତର୍ଗତ ନିମାଣି ପଞ୍ଚାୟତର ପୂର୍ବତନ GRS ତଥା ବର୍ତ୍ତମାନ ବଡ଼ ସହାରା ପଞ୍ଚାୟତରେ GRS ଭାବେ କାମ କରୁଥିଲେ । ତାଙ୍କ ନାମ ରେ ଅନେକ ଅଭିଯୋଗ ଥିଲା । ସେ ସରକାରୀ ଅର୍ଥ ହେରଫେର , ମିଥ୍ୟା ବିଲ, ଜାଲ ଦସ୍ତଖତ, ସରକାରୀ କାଗଜପତ୍ର ଠିକ ନ ରଖିବା , RH ପୋର୍ଟାଲ ରେ ମିଥ୍ୟା ଫଟୋ ଦେବା ଭଳି ସଙ୍ଗୀନ ଅଭିଯୋଗ ମାନ ଥିଲା । ଏହି ଅଭିଯୋଗ ର ତଦନ୍ତ କରି ଜିଲ୍ଲାପାଳ ଏହି ନିଷ୍ପତି ନେଇଛନ୍ତି । ସେହିପରି ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତର ସଞ୍ଜୟ କୁମାର ଦାସ ଙ୍କ ନାମ ରେ ମଧ୍ୟ ଜବ କାର୍ଡ କାଟିବା ଆଦି ଗୁରୁତର ଅଭିଯୋଗ ମାନ ଥିଲା । ଏହିସବୁ ଅଭିଯୋଗ ର ଶୁଣାଣି କରି ଜିଲ୍ଲାପାଳଙ୍କ ବହିଷ୍କାର ନିଷ୍ପତି ନିହାତି ଭାବେ ଜିଲ୍ଲାରେ 5T ମନ୍ତ୍ର ର ମାନ ବର୍ଦ୍ଧନ କରିବ । କାର୍ଯ୍ୟ ର ସ୍ୱଚ୍ଛତା ବଢିବ ବୋଲି ଆଶା କରାଯାଉଛି । ଆଗାମୀ ଦିନରେ ଏହିଭଳି ଦୁର୍ନୀତି କାର୍ଯ୍ୟ ଯେଉଁମାନେ କରିବେ ତାଙ୍କ ବିରୁଦ୍ଧରେ ମଧ୍ୟ ଏହିଭଳି ଦୃଷ୍ଟାନ୍ତ ମୂଳକ ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ ଡ଼. ପୋମା ଟୁଡୁ ପ୍ରକାଶ କରିଛନ୍ତି ।

Exit mobile version