Site icon Awaj Media

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପରିବେଶ ସଚେତନତା ହୋର୍ଡିଙ୍ଗ ଉଦଘାଟିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସେଣ୍ଟର ଅଫ ଏନଭାଇରନମେଣ୍ଟ ଷ୍ଟଡିସ , ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ଙ୍କ ତତ୍ତ୍ୱାବଧାନରେ ମହାରାଜାଙ୍କ ବାଳକ ଉଚ୍ଚ ବିଧ୍ୟାଳୟର ସହାୟତା ରେ ପରିବେଶ ସମ୍ପର୍କିତ ସଚେତନତା ହୋର୍ଡିଙ୍ଗ ଭାରପ୍ରାପ୍ତ ଜିଲ୍ଲା ଜଙ୍ଗଲ ଅଧିକାରୀ ଗୌରୀ ରଥ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ବିଶ୍ୱ ପରିବେଶ ଦିବସ ର ତାତ୍ପର୍ଯ୍ୟ ଉପରେ କହଥିଲେ . ପରିବେଶ ବଞ୍ଚିଲେ, ଆମେ ବଂଚିବା ଓ ପରିବେଶ ସୁରକ୍ଷା, ଜୀବନ ରକ୍ଷା ଉପରେ ଗୁରତ୍ୱ ଆରୋପ କରି ଉପସ୍ଥିତ ଭାରତ ସ୍କାଉଟ ଓ ଗାଇଡ଼ସ ଛାତ୍ର ଓ ଉପସ୍ଥିତ ସମସ୍ତ ବ୍ୟକ୍ତି ମାନଙ୍କୁ ସଚେତନ କରିଥିଲେ . ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୀନାକ୍ଷୀ ପାଢ଼ୀ ଙ୍କ ସମେତ ହରିହର ଦାସ, ସି. ଏଚ ଭେଙ୍କ ତେସୁଲୁ, ଜଗନ୍ନାଥ ପଟନାୟକ, ସୁରେନ୍ଦ୍ର ପାତ୍ର, ଡ଼ି. ଶ୍ରୀରାମ ମୂର୍ତ୍ତୀ , ସ.ଅଲ ରାଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ .

Exit mobile version