Site icon Awaj Media

ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଳବ୍ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନୀତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ବ୍ଲକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଳବ୍ କୁ ବିଶ୍ଵ ପରିବେଶ ଦିବସ ଅବସରରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ସମ୍ମାନୀତ କରାଯାଇଛି . ବ୍ୟାପକ ବୃକ୍ଷରୋପଣ, ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା ଓ ସଚେତନତା, ଜଙ୍ଗଲ , ବନ୍ୟପ୍ରାଣୀ, ପ୍ଲାଷ୍ଟିକ ବର୍ଜନ ସଚେତନତା ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ଦିଗରେ ବିନା କୌଣସି ସରକାରୀ ସହାୟତାରେ ପରିବେଶ ସୁରକ୍ଷା ପାଇଁ ବର୍ଷ ତମାମ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇ ସଚେତନ କରିଥିବାରୁ ପୁରସ୍କୃତ କରାଯାଇଛି . ପରିବେଶ ସୁରକ୍ଷା, ସଚେତନତା ଓ ସଂରକ୍ଷଣରେ ପ୍ରମୁଖ ଭୂମିକା ନିଭାଉଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଳବ୍ ଆଜି ” ପ୍ରକୃତି ମିତ୍ର ” ପୁରସ୍କାର ପ୍ରଦାନ କରାଯାଇଛି . ବିଭାଗୀୟ ବନ ଅଧିକାରୀ, ସରକାରୀ ଜଙ୍ଗଲ ସଂରକ୍ଷଣ ଅଧିକାରୀ ଓ ଉପଜିଲ୍ଲାପାଳ ନୟାଗଡ଼ ଡିଆରଡ଼ିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଳବ୍ ର ଉପ-ସଭାପତି ସରୋଜ କାନ୍ତ ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ସୂଚନା ଥାଉ କି ୨୦୨୧ରେ ହେବାକୁ ଥିବା ଏହି ଉତ୍ସବ କରୋନା କଟକଣା ଯୋଗୁଁ ସ୍ଥଗିତ ଥିଲା ।

Exit mobile version