Site icon Awaj Media

ମହାବିଦ୍ୟାଳୟ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଲାଗୁ ପ୍ରକ୍ରିୟାର ପୁନଃ ବିଚାର କରିବାକୁ ଦାବି !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଠାରେ ରବିବାର ଦିନ ୪୮୮ଓ ୬୬୨ ବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କର ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ପ୍ରକ୍ରିୟାକୁ ବିରୋଧ କରାଯିବା ସହ କ୍ଷୋଭ ପ୍ରକାଶ କରାଯାଇଥିଲା l ଏଥିପାଇଁ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ଏହାର ପୁନଃ ବିଚାର କରି ସପ୍ତମ ବେତନର ପ୍ରକୃତ ହାର ପାଇବାକୁ ବଞ୍ଚିତ ହେଉଥିବା ସମସ୍ତ କର୍ମଚାରୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବା ସକାଶେ ଅନୁରୋଧ କରାଯାଇଥିଲା l ଉକ୍ତ ବୈଠକରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ୪୮୮ଓ ୬୬୨ ବର୍ଷର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ l

Exit mobile version