ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ର ସରକାରୀ ପଞ୍ଜିକୃତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା ଫାଉଣ୍ଡେସନ୍ ପକ୍ଷରୁ ବିଶ୍ବ ପରିବେଶ ଦିବସ – ୨୦୨୨ ପାଳିତ ହୋଇଛି । ଏହି ଅବସରରେ ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ମା ଫାଉଣ୍ଡେସନ୍ ର ସମ୍ପାଦକ ରଞ୍ଜନ ରଶ୍ମି ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଡ, ଅରୁଣ କୁମାର ସାହୁ, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବାତୀ ମିଶ୍ର, ପୌରାଧ୍ୟକ୍ଷା ନିରୁପମା ଖଟେଇ ବରିଷ୍ଠ ସମାଜସେବୀ ଦାମୋଦର ସାହୁ, ଶରତ ଆଚାର୍ଯ୍ୟ, ପ୍ରଭାତ ମିଶ୍ର, ସୌଦାମିନୀ ସ୍ବାଇଁ, ମା ଫାଉଣ୍ଡେସନ୍ ର ସଭାପତି ବସନ୍ତ କୁମାର ମିଶ୍ର, ଉପ-ସଭାପତି ଗୋପୀନାଥ ସେଠୀ, ସହ ସମ୍ପାଦକ ବିଜୟାନନ୍ଦ ମହାପାତ୍ର ଓ ମା ଫାଉଣ୍ଡେସନ୍ ର ସମସ୍ତ ସଦସ୍ୟ ଓ ନୟାଗଡ ମାର୍ଶିଆଲ ଆର୍ଟ ଏକାଡେମୀ ର ଛାତ୍ରଛାତ୍ରୀ ମାନଙ୍କ ସହିତ ପୌର ପରିଷଦର ସମସ୍ତ କାଉନସିଲର ଏବଂ ବହୁ ସମାଜସେବୀ ଓ ପରିବେଶବିତ୍ ମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ବିଶ୍ବ ପରିବେଶ ଦିବସର ଚଳିତ ବର୍ଷର ଥିମ୍ ‘ କେବଳ ଗୋଟିଏ ପୃଥିବୀ ‘ ଉପରେ ଆଲୋକପାତ କରି ପ୍ରଚୁର ପରିମାଣରେ ବୃକ୍ଷ ରୋପଣ କରି ପୃଥିବୀକୁ ବଞ୍ଚାଇବା ପାଇଁ ଆମେ ସମସ୍ତେ ଦାୟିତ୍ବବାନ ହେବା ଉଚିତ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ଯକ୍ତ କରିଥିଲେ ।
ବିଶ୍ବ ପରିବେଶ ଦିବସ ପାଳନ !!!

