ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ପ୍ରଜାପତି ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ଆତ୍ମନିର୍ଭର କୃଷକ ଅଭିଯାନ ସଚେତନତା ସଭା ଅସୁରେଶ୍ଵର ପଞ୍ଚାୟତ କୋଇଲୋ ଗ୍ରାମର ଗୁଣ୍ଡିଚା ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଶ୍ଵଶାନ୍ତି କଟକ ମୂଖ୍ୟ ଶାଖାର ବି.କେ ବିନୋଦିନି ସଭାପତିତ୍ବରେ କରିଥିଲେ । ଚାଷୀମାନେ କିପରି ଜୈବିକ ପ୍ରଣାଳୀ ଓ ଯୋଗ ଦ୍ବାରା ଅତି ଉତ୍ତମ ଚାଷ କରି ପାରିବେ ଆଲୋକପାତ କରିଥିଲେ । ରାସାୟନିକ ପ୍ରଣାଳୀ ରେ ଚାଷ କରିବା ଦ୍ୱାରା ଆମ୍ଭେ ମାନେ ଯେଉଁ ଖାଦ୍ୟ ଖାଉଚୁ ତାହା ଦ୍ବାରା ଆମକୁ ବିଭିନ୍ନ ରୋଗ ହେବାର ଲାଗିଛି । ଆଗାମୀ ଦିନରେ ଯଦି ଜୈବିକ ପ୍ରଣାଳୀ ଓ ଯୋଗ ମାଧ୍ୟମରେ ଚାଷ କରିବା ଆମ୍ଭେ ମାନେ ରୋଗ ମୁକ୍ତ ହେବା ସହିତ ସାରା ପୃଥିବୀ ମଧ୍ୟ ରୋଗମୁକ୍ତ ହୋଇଯିବ ବୋଲି ବ୍ରହ୍ମ କୁମାର ଗୋପାଳ ଭାଇ କହିଥିଲେ । ଏହି ଆତ୍ମନିର୍ଭର କୃଷକ ଅଭିଯାନ ସଭାରେ ୨୬ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଜସ୍ମୀତା ସେଠୀ, ଅସୁରେଶ୍ଵର ପଞ୍ଚାୟତ ର ସରପଞ୍ଚ ଗୈାତମୀ ଦାସ, ସମିତି ସଭ୍ୟା ହିମାଦ୍ରୀ ମିଶ୍ର, କଟିକଟା ପଞ୍ଚାୟତ ର ସରପଞ୍ଚ ଚିତ୍ତରଞ୍ଜନ ମଲିକ ପ୍ରମୁଖ ଅତିଥି ରୁପେ ଯୋଗ ଦେଇଥିଲେ ।

