ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ପାଳିତ ହୋଇ ଯାଇଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଙ୍କେଶ୍ୱର ଦେବଙ୍କର ଶୀତଳ ଷଷ୍ଠୀ ଯାତ୍ରା । ମହା ଆଡ଼ମ୍ବରରେ ଗାଁ ଲୋକେ ଧୁମ୍ ଧାମରେ ପାଳନ କରିଥିଲେ ଏହି ପର୍ବ । ଏହି ଯାତ୍ରା କୁ ବିଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ କେବଳ ଠାକୁରଙ୍କର ବିଧି ମୁତାବକ ସମସ୍ତ କାର୍ଯ୍ୟ ହୋଇଥିବା ବେଳେ ଚଳିତ ବର୍ଷ କଟକଣା କୋହଳ ଯୋଗୁ ଗାଁ ଲୋକେ ଧୁମ୍ ଧାମ ରେ ଏହାକୁ ଉପଭୋଗ କରୁଥିଲେ । ଏଥିରେ ବାଲୁଙ୍କେଶ୍ୱର ଦେବଙ୍କ ସହିତ ମା ପାର୍ବତୀ ଙ୍କର ଅପୂର୍ବ ବିବାହ ଅନୁଷ୍ଠିତ ହେବା ସହ ଦୁଇ ରାତି ଯାତ୍ରା ଅନୁଷ୍ଠିତ ହୋଇଥିଲା । ବୈଦିକ ରୀତି ନୀତି ରେ ମନ୍ତ୍ର ଉଚ୍ଚାରଣ ସହିତ ବାହାଘର ସମୁର୍ଣ୍ଣ ହୋଇଥିଲା । ଏଥିରେ ଗାଁର ସମସ୍ତେ ସହଯୋଗ କରିବା ସହିତ ଉପଭୋଗ ମଧ୍ୟ କରୁଥିଲେ . ମାଧବ ଚନ୍ଦ୍ର ସଂସଦ ଓ ଗଙ୍ଗାଧର ପୁର ଯାତ୍ରା କମିଟି ତରଫରୁ ଏହା ଆୟୋଜିତ ହୋଇଥିଲା ।ଏଥିରେ ଗ୍ରାମର ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଦୀପ୍ତ କୁମାର ନନ୍ଦ, ସବ୍ ଟ୍ରଷ୍ଟି ପ୍ରଦୀପ ନନ୍ଦ, ଗୁମସ୍ତା ସୀତାକାନ୍ତ ନନ୍ଦ, କରଜି ପ୍ରସନ୍ନ କୁମାର ନନ୍ଦ, ଦୀପକ ଶତପଥୀ, ନୃସିଂହ ନନ୍ଦ, ଉମାକାନ୍ତ ମହାପାତ୍ର, ଚନ୍ଦନ ନନ୍ଦ, ଚିନ୍ମୟ ନନ୍ଦ ଙ୍କ ସମେତ ଉଭୟ ସିଂହପୁର ଓ ଗଙ୍ଗାଧରପୁର ର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।
ବାଲୁଙ୍କେଶ୍ୱର ଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା ସମାପ୍ତ !!!

