Site icon Awaj Media

ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କୁ ସମ୍ବର୍ଦ୍ଧନା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ବ୍ରହ୍ମପୁର ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମ ମୌଜାର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କୁ ବିଶ୍ଵ ପରିବେଶ ଦିବସ – ୨୦୨୨ ପାଳନ ଅବସରରେ ଜାତୀୟ ସବୁଜ ମିଶନ ଅନୁଷ୍ଠାନ “ପ୍ରେରଣା” ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ “ଜଗା ପାଇଁ ଗଛଟିଏ ଲଗା ଅଭିଯାନ” କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନେ ତାଙ୍କର ୩୦ ବର୍ଷ ଧରି ଜଙ୍ଗଲ ସୃଷ୍ଟି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ଓଡ଼ିଶା ବୀର ମହାସଂଘ ସଭାପତି ଡ.ପ୍ରକାଶ ଚନ୍ଦ୍ର ଶ୍ରୀଚନ୍ଦନ, ରୋଟାରୀ କ୍ଲବ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ସାହୁ, ବିଧାୟକ ସୁରେଶ ରାଉତରାୟ, ସଭାପତି ଓ “ପ୍ରେରଣା” ର ଅଧ୍ୟକ୍ଷ ଡ଼.ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖ ଓ ଯୋଗ ଦେଇଥିବା ସମସ୍ତ ଅତିଥି ମାନଙ୍କୁ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା କମଳ ଫୁଲ ଓ ବୃକ୍ଷ ସୁରକ୍ଷା ବାର୍ତ୍ତା ସଜ୍ଜିତ ଘି କୁଆଁରୀ ବା ଆଲବେରା ବୃକ୍ଷ ଚାରା ପ୍ରଦାନ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସାମାଜିକ ନ୍ୟାୟ କର୍ମୀ ଓ ପରିବେଶ ସୁରକ୍ଷା ଗ୍ରୁପ “ଲେଟ’ସ କ୍ରିଏଟ ଫରେଷ୍ଟସ, ଲଙ୍ଗଲିଭ ହ୍ୟୁମାନ ଉଏଲଥ” ର ପରିଚାଳକ ବସନ୍ତ କୁମାର ପଣ୍ଡା ଓ ଚିତ୍ତରଞ୍ଜନ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

Exit mobile version