Site icon Awaj Media

ମୋଦୀଙ୍କ ଦ୍ବିତୀୟ ପାଳି ର ତୃତୀୟ ବର୍ଷ ପୂର୍ତ୍ତୀ : ହିସାବ ଦେଲା ବିଜେପି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମୋଦୀ ସରକାର ଙ୍କ ୮ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ପାଳନ ତଥା ମୋଦି ସରକାର ଙ୍କ ଦ୍ଵିତୀୟ ପାଳି ର ତୃତୀୟ ବର୍ଷ ପୁର୍ତ୍ତି ଉପଲକ୍ଷେ ବିକାଶ ର ହିସାବ ଦେଇଛି ବିଜେପି । ନୟାଗଡ଼ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟ ଙ୍କ ସଭାପତିତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାର ଙ୍କ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତା କୁ ନେଇ ଟାର୍ଗେଟ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁରମା ପାଢୀ । ମୋଦି ସରକାର ଙ୍କ ଆଠ ବର୍ଷ ଶାସନ କାଳରେ ଦେଶରେ ଗରିବ ହାର ୨୨ ପ୍ରତିଶତ ରୁ ୧୦ ପ୍ରତିଶତକୁ ହ୍ରାସ ପାଇବା, ସାକ୍ଷରତା ୬୯ ରୁ ୭୫ ପ୍ରତିଶତକୁ ବୃଦ୍ଧି, ଦେଶରେ ୧୭୦ ଟି ଏମ୍ସ କରାଯାଇଥିବା ବେଳେ ଓଡ଼ିଶାରେ ୧୫ ଟି ଏମ୍ସ ସ୍ଥାପନ ବ୍ୟବସ୍ଥା , ୟୁପିଏ ସମୟରେ କୃଷି ୮.୫ପ୍ରତିଶତ ଥିବା ବେଳେ ମୋଦି ସରକାର ଏହାକୁ ୩୮.୮ ପ୍ରତିଶତ ବୃଦ୍ଧି କରାଇବା, ଚତୁର୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ଦ୍ଵାରା ପଞ୍ଚାୟତ ଗୁଡ଼ିକୁ ବ୍ୟାପକ ଅର୍ଥ ପ୍ରଦାନ କରିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଶ୍ରୀମତୀ ସୁରମା ପାଢୀ । ତୈଳ ଦର ପ୍ରସଙ୍ଗରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ଓଡ଼ିଶାରେ ବିଜେଡ଼ି ସରକାର ଟିକସ ନ କମାଇବା ଦ୍ଵାରା ତେଲ ଦର ବୃଦ୍ଧି ହେଉଥିବା ପ୍ରକାଶ କରିଥିଲେ । ନୟାଗଡ଼ ରେ ଚିନିକଳ ଅଚଳ ପଡିବା ଠାରୁ ବୃତ୍ତଙ୍ଗ ହୋଇ ନ ପାରିବା, ଡାଲି ଗବେଷଣା କେନ୍ଦ୍ର ମୃତ ପ୍ରାୟ ପଡ଼ି ରହିବା , ମେଡିକାଲ କଲେଜ ନ ହୋଇ ପାରିବା, ଦିଶାହୀନ ଭାବେ ମେଗା ପାନୀୟ ଜଳ ପ୍ରକଳ୍ପ ପଡି ରହିବା ଆଦି ବିଭିନ୍ନ ସ୍ଥାନୀୟ ସମସ୍ୟା କୁ ନେଇ ରାଜ୍ୟ ସରକାରଙ୍କ ସମାଲୋଚନା କରିଥିଲେ ଶ୍ରୀମତୀ ପାଢୀ । ଜିଲ୍ଲା ସଭାପତି ଲାଲା ମନୋଜ ରାୟ ପ୍ରାରମ୍ଭିକ ସୂଚନା ଦେବା ସହ ଜନ କଲ୍ୟାଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ଆଗାମୀ ଦିନରେ ଜିଲ୍ଲା ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ରାଜ୍ୟ ସରକାର ଙ୍କୁ ଚେତାବନୀ ଦେଇଛନ୍ତି ।

 

Exit mobile version