Site icon Awaj Media

କଂଗ୍ରେସର ସଂକଳ୍ପ ଶିବିର ପାଇଁ ନୟାଗଡରେ ପ୍ରସ୍ତୁତି ବୈଠକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଅଖିଳ ଭାରତ କଂଗ୍ରେସ କମିଟି ଉଦୟପୁର ନବ ସଂକଳ୍ପ ଶିବିର ନିଷ୍ପତି କ୍ରମେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ଜୁନ ୧୧ ଠାରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଦିନିକିଆ ସଂକଳ୍ପ ଶିବିର ପରିପ୍ରେକ୍ଷୀରେ ଆଜି ଡିସିପି କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇ ଯାଇଛି l ଆସନ୍ତା ଜୁନ ୧୪ ତାରିଖରେ ଦିନିକିଆ ସଂକଳ୍ପ ଶିବିରରେ ଜିଲ୍ଲାର ସମସ୍ତ ବରିଷ୍ଠ ନେତୃବୃନ୍ଦ, ଏଆଇସିସି ସଭ୍ୟ, ପିସିସି ସଭ୍ୟ, ପୂର୍ବତନ ପିସିସି କାର୍ଯ୍ୟକର୍ତ୍ତା , ବ୍ଲକ କଂଗ୍ରେସ କମିଟି, ଦଳୀୟ ଛାମୁଆ ସଂଗଠନ , ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ସଂଖ୍ୟାଲଘୁ ସେଲ, ସୋସିଆଲ ମିଡ଼ିଆ ଟିମ, ଆରଜିପିଆରଏସ, ଆଦିବାସୀ / ହରିଜନ ସେଲ, କୃଷକ କଂଗ୍ରେସ, ଓବିସି ସେଲ କର୍ମକର୍ତ୍ତା, ସେବାଦଳର କାର୍ଯ୍ୟକର୍ତ୍ତା ଗଣ, ଜିଲ୍ଲା ପରିଷଦ ଏବଂ ସହରାଞ୍ଚଳ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଗଣ ଏହି ସଂକଳ୍ପ ଶିବିରରେ ଯୋଗ ଦେବା ପାଇଁ ସ୍ଥିର କରାଯାଇଛି l ଦଳର ସମସ୍ତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତି ହୋଇଛି l ଏହି ବୈଠକ ରେ ପିସିସି ସମ୍ପାଦକ ହୁସେନ ଖାଁ, ପିସିସି ସଭ୍ୟ ସରୋଜ ପରିଡା, ଆରଜିପିଆରଏସ ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥୀଙ୍କ ସମେତ ବ୍ଲକ ସଭାପତି, ବିଭିନ୍ନ ଛାମୁଆ ସଂଗଠନ ମୁଖ୍ୟ ମାନେ ଉପସ୍ଥିତ ଥିଲେ l ନୟାଗଡ ଜିଲ୍ଲା ପାଇଁ ବରିଷ୍ଠ ନେତା ମନୋରଞ୍ଜନ ଦାସଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି l

 

Exit mobile version