ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସୁଲେଇପାଲ୍ ବାଲି ଘାଟ ନାମ କୁ ମାତ୍ର ହୋଇଛି ନିଲାମ . କିନ୍ତୁ ବିନା ରୟାଲ୍ଟି ପେପର ରେ ବାଲି ଘାଟ ଚଳାଉଛନ୍ତି ନିଲାମଧାରୀ . କୌଣସି ବାଲି ଗାଡ଼ିକୁ ରୟାଲ୍ଟି ପେପର ଦେଉନାହାନ୍ତି, ଯେଉଁ ମାଲିକ ପେପର ମାଗୁଛନ୍ତି ସେମାନଙ୍କୁ ଡରାଇ ଧମକ ଦେଉଛନ୍ତି ମାରିବା ପାଇଁ . ରୟାଲ୍ଟି ପେପର ନଦେଇ ପେପର ବାବଦକୁ 400 ଟଙ୍କା ମାଗୁଛନ୍ତି . ବାଲିଗାଡି ଚାଲିକି ପ୍ରଦୂଷଣ ହେଉଛି , ସେଥିରେ ସୁଲେଇପାଳ ଓ ଅର୍କିଲ୍ ଗାଁ ଦୂଷିତ ହେଉଛି, ଗ୍ରାମବାସୀ ପ୍ରଶାସନ ପାଖରେ ଅଭିଯୋଗ କରିବା ପରେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହାନ୍ତି, ସୁଲେଇପାଳ ଗ୍ରାମବାସୀଙ୍କର ଶ୍ମଶାନ ନଷ୍ଟ ହେଉଅଛି ଏପରିକି ଶବ ଦାହ କରିବା ପାଇଁ ଜାଗା ନାହିଁ .

