Site icon Awaj Media

ବାଲୁଗାଁ ଥାନା ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କରୋନା ମହାମାରୀ ନିମନ୍ତେ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ ପୋଲିସ ସମିତି ସଭାପତି ବିଭୁତି ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ପୋଲିସ ଉପଖଣ୍ଡ ଅଧିକାରୀ ମାନସ ରଞ୍ଜନ ବାରିକ, ଥାନାଧିକାରୀ ରମାକାନ୍ତ ମାହାଲିକଙ୍କ ସମେତ ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି ମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଚିଲିକା ହ୍ରଦ ତଥା ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ପାଇଁ ପରିଚିତ ବାଲୁଗାଁ ସହରର ବିଭିନ୍ନ ସମସ୍ୟା ନେଇ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା । ସହରର ମୁଖ୍ୟ ସମସ୍ୟା ଟ୍ରାଫିକ ସମସ୍ୟା ହୋଇଥିବା ବେଳେ ଏଦିଗରେ ପ୍ରଶାସନ ପକ୍ଷରୁ ଧ୍ୟାନ ଦେବା ସହ ତୁରନ୍ତ ସମାଧାନ ପାଇଁ ପାର୍କିଂ ବ୍ୟବସ୍ଥା , ଉଠା ଦୋକାନୀ ମାନଙ୍କୁ ତାଗିଦ, ଅମାନିଆ ଗାଡି ଚାଳକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ, ରାସ୍ତାଘାଟରୁ ବୁଲା ଗାଈଗୋରୁଙ୍କୁ କାଞ୍ଜିଆହୁଦାରେ ରଖିବା ନେଇ ଆଲୋଚନା କରାଯାଇଥିଲା । ଏଥି ସହିତ ସହରରେ ମଦ୍ୟପଙ୍କ ଦୌରାତ୍ମ୍ୟ, ଚୋରି, ରାହାଜାନୀ ଦିଗରେ ଧ୍ୟାନ ଦେବା ସହ ସହରରେ ଚାରିଆଡେ ସିସି ଟିଭି ଲଗାଇବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା ।

Exit mobile version