Site icon Awaj Media

ବାଣପୁର ଗସ୍ତରେ ସାଂସଦ ମାନସ ମଙ୍ଗରାଜ : ବିଭିନ୍ନ ସମସ୍ୟାଭିତ୍ତିକ କାର୍ଯ୍ୟ ବିଷୟରେ କଲେ ଆଲୋଚନା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଆଜି ସଂଧ୍ୟାବେଳେ ଜନ୍ମମାଟି ବାଣପୁର ଆସି ମା’ ଭଗବତୀଙ୍କ ଆଶୀର୍ବାଦ କାମନା କରିଥିଲେ । ଶ୍ରୀ ମଙ୍ଗରାଜ ମା’ଙ୍କ ପୂଜାର୍ଚ୍ଚନା କରିବା ସହ କିଛି ସମୟ ମନ୍ଦିର ବେଢାରେ ଅତିବାହିତ କରିଥିଲେ । ଏହି ସମୟରେ ମନ୍ଦିର ସେବାୟତ ମାନେ ମା’ ଭଗବତୀ ମନ୍ଦିରକୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସାଂସଦ ଶ୍ରୀ ମଙ୍ଗରାଜଙ୍କ ନିକଟରେ ଦାବି କରିଥିଲେ । ଅନୁରୂପ ଭାବେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ବାଣପୁର ସହରର ଡ୍ରେନେଜ ବ୍ୟବସ୍ଥା ଓ ବଜାର ଉନ୍ନତିକରଣ ପାଇଁ ସାଂସଦଙ୍କୁ ଅନୁରୋଧ କରିଥିଲେ । ସାଂସଦ ଶ୍ରୀ ମଙ୍ଗରାଜ ଖୁବ ଶୀଘ୍ର ୫ ଟି ସଚିବ ମା’ ଭଗବତୀ ମନ୍ଦିର ପରିଦର୍ଶନକୁ ଆସିବେ ଏବଂ ମନ୍ଦିରର ନିଶ୍ଚିତ ବିକାଶ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଅନୁରୂପ ଭାବେ ସହରର ଡ୍ରେନେଜ ଓ ବଜାରର ଉନ୍ନତିକରଣ କାର୍ଯ୍ୟ ପାଇଁ ସାଂସଦ ନିଜ ପାଣ୍ଠିରୁ ଖୁବ ଶୀଘ୍ର ବ୍ୟୟ ବରାଦ କରିବେ ବୋଲି କହିଥିଲେ । ମନ୍ଦିର ଦର୍ଶନ ସାରି ଫେରିଲା ପରେ ବାଣପୁରକୁ ସବ ଡିଭିଜନ ମାନ୍ୟତା, ଗୋଦାବରୀଶ ମହାବିଦ୍ୟାଳୟକୁ ଅଟୋନୋମସ ମାନ୍ୟତା ଆଦି ମିଳିବା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନ କରିବାରୁ ଖୁବ ଶୀଘ୍ର ଉକ୍ତ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବା ସହ ଉକ୍ତ ଦୁଇ ଦାବି ପୂରଣ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଛନ୍ତି । ସାଂସଦଙ୍କ ଗସ୍ତ ସମୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରଯାଇଥିଲା ।

Exit mobile version