Site icon Awaj Media

ପଣ୍ଡିତ ରଘୁନାଥ ମାଝୀଙ୍କ ବିୟୋଗରେ ସରସ୍ଵତୀ କଳା ପରିଷଦ ପକ୍ଷରୁ ଶୋକ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଅନ୍ତର୍ଗତ ରାଉତରାପୁର ନିବାସୀ ସମାଜସେବୀ, ସାରସ୍ଵତ ସାଧକ ତଥା ଜ୍ୟୋତିର୍ବିଦ ରଘୁନାଥ ମାଝୀଙ୍କୁ ତାଙ୍କ ଏକାଦଶ ଦିବସରେ ସାଂସ୍କୃତିକ ସଂଗଠନ ସରସ୍ୱତୀ କଳା ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ସଭାରେ ଉପଦେଷ୍ଟା ବିକ୍ରମ ନନ୍ଦ, ଉପ-ସଭାପତି ପ୍ରଫୁଲ୍ଲ ଦାସ, ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ସହ ସମ୍ପାଦକ ଦୈତାରି ପ୍ରଧାନ, ସଂଯୋଜକ ଶ୍ରୀଧର ସ୍ୱାଇଁ, ସାମ୍ବାଦିକ ଚକ୍ରବର୍ତ୍ତୀ ଓତା, ବିଶ୍ଵନାଥ ସାହୁ, କାହ୍ନୁ ଚରଣ ଗୋଛାୟତ୍ତ, ଅଜିତ ରାଉତ, ଗୀତିକାର ଇଞ୍ଜିନିୟର ଅମିୟ ପଟ୍ଟନାୟକ, ରଂଜନ ଜେନା, ସନ୍ତୋଷ ରାଉତ, ବିଶ୍ୱଜିତ ସାହୁ, ପପିନା, ସୂର୍ଯ୍ୟ, ଯୁଜୁ, ବିଶାଳ, ପ୍ରୀୟଂଶି, ଅର୍ପିତା, ଶୁଭାକାଂକ୍ଷୀ ଓ ପରିଷଦର ଅଭିଭାବକ, ଅଭିଭାବିକା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version