ସୁଦୂର ତାମିଲନାଡୁ ରୁ ଗ୍ରାମରେ ଆସି ପହଞ୍ଚିଲା ପାର୍ଥୀବ ଶରୀର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସୁଦୂର ତାମିଲନାଡୁ ରୁ ଗ୍ରାମରେ ଆସି ପହଞ୍ଚିଲା ପାର୍ଥୀବ ଶରୀର . ରବିବାର ଦିନ ସକାଳ 9 ଘଣ୍ଟା ସମୟରେ ରା.ଉଦୟଗିରି ବ୍ଲକ୍, ମହେନ୍ଦ୍ରଗଡ଼ ପଞ୍ଚାୟତ ଅନ୍ତର୍ଗତ ରଣାଲଈ ଗ୍ରାମର ପାଳକଙ୍କ ବଡ ନାତି , ଯେ କି ସୁଦୂର ତାମିଲନାଡ଼ୁ ରାଜ୍ୟ ର ତିରୁପୂର ସହରରେ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ହଠାତ୍ ମୃତ୍ୟୁବରଣ କଲେ, ପୁଅର ଅକାଳ ବିୟୋଗରେ ପରିବାର ଲୋକ ଶୋକାକୁଳ ହୋଇଥିବା ସମୟରେ , ଓଡ଼ିଶା ସରକାର ମର ଶରୀରକୁ ନିଜ ଆତ୍ମୀୟ ଓ ଗ୍ରାମବାସୀଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ସହଯୋଗର ହାତ ବଢାଇଥିଲେ . ଯାତ୍ରା ଜନିତ ପ୍ରତ୍ୟେକ ଯାବତୀୟ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ଗଜପତି ଜିଲ୍ଲା ମୋ ପରିବାର ସଂଯୋଜକ ଇନ୍ଦିରା ପଟ୍ଟନାୟକ , ସ୍ଥାନୀୟ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ସ୍ଥାନୀୟ ଅଞ୍ଚଳବାସୀ ଅଶେଷ ଧନ୍ୟବାଦ ଜଣାଇଛନ୍ତି l ଉକ୍ତ ଶୋକ ସନ୍ତପ୍ତ ପରିବାରକୁ ସ୍ବାନ୍ତନା ଦେବା ନିମନ୍ତେ ରା ଉଦୟଗିରି ବ୍ଲକ୍ ଅଧକ୍ଷ ଶବର ବାବୁ, ବରିଷ୍ଠ ବିଜେଡି ନେତା ଦାସ‌ ବାବୁ, ବ୍ଲକ୍ ସଭାପତି ଭୀମ ପାଇକ ,11 ନମ୍ବର୍ ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟ ଯମୁନା ଦଳବେହେରା ଏବଂ ତାଙ୍କ ସ୍ବାମୀ ତଥା ଗଜପତି ଜିଲ୍ଲା ଯୁବ ସମ୍ପାଦକ ମନୋଜ ମାଳି, ସ୍ଥାନୀୟ ୱାର୍ଡ ମେମ୍ବର ମାନୁଏଲ୍ ପାଣି ଓ କିରଣ ପାଣି ପ୍ରମୁଖ ଉପସ୍ଥିତ ରହି ଦୁଃଖୀ ପରିବାରକୁ ସ୍ବାନ୍ତନା ଦେଇଥିଲେ .

Leave a Reply

Your email address will not be published. Required fields are marked *