Site icon Awaj Media

ଉପାନ୍ତ ଅଞ୍ଚଳରେ ଓଡ଼ିଶା ଚାଷୀ ଆନ୍ଧ୍ର ବିହନ ପ୍ରତି ଆକୃଷ୍ଟ କାହିଁକି ???

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳ, ଏଠାକାର ଜୀବନ ଜୀବିକା ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାଏ । ଏହି ଜିଲ୍ଲାର 70 ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ନିଜର ଜୀବନ ଜୀବିକା ନିର୍ବାହ କରିଥାନ୍ତି । ବର୍ତ୍ତମାନ ଖରିଫ ଋତୁ ଧାନ ଚାଷ ସକାଶେ ଚାଷି ସଜବାଜ ହେଉଥିବା ବେଳେ ମୁଖ୍ୟତଃ ବିହନ ଉପରେ ନିର୍ଭର କରିଥାନ୍ତି । ଗଜପତି ଜିଲ୍ଲାରେ 7 ଗୋଟି ବ୍ଳକ ମଧ୍ୟରୁ 3 ଗୋଟି ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ । କାଶୀ ନଗର, ଗୋଶାଣି, ଗୁମ୍ମା ଜଳ ସେଚନ ଅଞ୍ଚଳ ହୋଇ ଥିବା ଯୋଗୁଁ ଓ ଧାନ ଚାଷ ସକାଶେ ଆଗ୍ରହୀ ହୋଇଥାନ୍ତି ଚାଷି । ବର୍ତ୍ତମାନ ଧାନ ଚାଷ ସକାଶେ ଓଡ଼ିଶାର ବିହନ ମିଳୁଥିଲେ ମଧ୍ୟ ଆନ୍ଧ୍ର ବିହନ ପ୍ରତି ଆକୃଷ୍ଟ ହୋଇ ଅଛନ୍ତି ଚାଷି, ଚାଷିଙ୍କ କହିବା କଥା ହେଲା ଆନ୍ଧ୍ର ବିହନ ଉତ୍କୃଷ୍ଟ, ଉନ୍ନତ ଧରଣର ଓ ଉତ୍ପାଦନ ଅଧିକ ଯୋଗୁଁ ଚାଷୀ ଆନ୍ଧ୍ର ବିହନ ଉପରେ ନିର୍ଭର ଶୀଳ ହୋଇଥାନ୍ତି । ସେହିପରି ଓଡ଼ିଶା ସରକାରଙ୍କର ଧାନ ବିହନ ବିଭିନ୍ନ ପ୍ରକାର ପ୍ରଚୁର ପରିମାଣରେ ମହଜୁଦ ଥାଇ ଓ ଚାଷୀଙ୍କୁ ରିହାତି ଦରରେ ବିକ୍ରି କରାଯାଉଛି ହେଲେ ମଧ୍ୟ ଚାଷି ଆନ୍ଧ୍ର ବିହନ ପ୍ରତି ଆକୃଷ୍ଟ ହେଉଥିବାର ଦେଖିବାକୁ ମିଳିଛି । ସରକାର ପଞ୍ଜିକୃତ ଚାଷୀଙ୍କୁ ଧାନ ରିହାତି ଦରରେ ଦେବା ଓ ମାଗଣା ବିହନ ଦେଇ ଧାନ ଚାଷ କଲା ପରେ ଧାନ ଚାଷ ଉତ୍ପାଦନ ପରେ ପୁଣି ଧାନ ବିହନ ସକାଶେ ଚାଷି ସିଡସ କରର୍ପରେଶନ ଦେଇ ଅଧିକା ପଇସା ପାଇଥାନ୍ତି । ସେହି ଚାଷି ଉତ୍ପାଦନ କରିଥିବା ଧାନକୁ ଚାଷି ଆଗ୍ରହୀ ନ ହୋଇ ଆନ୍ଧ୍ର ବିହନ ପ୍ରତି ଆକୃଷ୍ଟ ହୋଇ ଥିବା ଆଶ୍ଚର୍ଯ୍ୟ ଲାଗୁଛି । ଚାଷି ଧାନ ଉତ୍ପାଦନ ପରେ ଚାଷି ନିଜର ଧାନ ବିକ୍ରି ବଟା ଲେମ୍ପସ ବା ସମବାୟ ସମିତି ଜରିଆରେ କରିଥାନ୍ତି । ମିଲର ସଫା ଧାନ ଶୁଖିଲା ଧାନ କାଟିକୁଟା ନ ଥିବା, ଗ୍ରେଡ଼ ଧାନ ଉପଯୁକ୍ତ ମୂଲ୍ୟ ସରକାର ଧାର୍ଯ୍ୟ କରିଥାନ୍ତି । କିନ୍ତୁ ଚାଷି କୂଳ ଅଭିଯୋଗ କରିଥିଲେ ଧାନ ବିକ୍ରି ବଟା ସମୟରେ ଧାନ ବିହନ ଉପଯୁକ୍ତ ନଥିବାରୁ ଧାନ ବିହନରେ କେଳି, ବାଳୁଙ୍ଗା ମହଜୁଦ ରହୁଛି । ଯାହା ଫଳରେ ଧାନ ଉତ୍ପାଦନ କମ ହେଉଛି । କେଳି ବାଳୁଙ୍ଗା ଥିବା ଯୋଗୁଁ ଚାଷୀଙ୍କ ଧାନ କିଣିବା ପ୍ରତି ଆଗ୍ରହ ନ ହୋଇ ଚାଷି ଧାନ ଶାଗ ମାଛ ଦରରେ ଆନ୍ଧ୍ର କୁ ବିକ୍ରି କରୁଛି । ଉପଯୁକ୍ତ ପ୍ରାପ୍ୟ ପାଉନାହିଁ ତେଣୁ ଚାଷି ଅଭିଯୋଗ କରିଛନ୍ତି । ଉପଯୁକ୍ତ ବିହନ ପ୍ରଦାନ କଲେ ଧାନ ଉତ୍ପାଦନ ବଢିବା ସହ ଚାଷିକୂଳ ଉପକୃତ ହୋଇପାରିବେ । ଯଦି ସରକାର ଧାନ ବିହନ କୁ ସାଟିଫାଇଡ଼ ବିହନ କହି ଚାଷୀଙ୍କୁ ଦିଆଯାଉଛି ତେବେ ବାଳୁଙ୍ଗା, କେଳି ଧାନ କିଛି ପ୍ରତିଶତ ରହୁଥିବା କିଭଳି ହେଉଛି ବୋଲି ଚାଷି ଅଭିଯୋଗ ହେଉଛି । ତେଣୁ ଚାଷୀଙ୍କୁ ଉପଯୁକ୍ତ ବିହନ ଯୋଗାଇ ଦେଲେ ଚାଷି ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।

Exit mobile version