Site icon Awaj Media

ଧାର୍ମିକ ବିଶ୍ଵସ୍ଥ ନେତାଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପିରାମଲ ଫାଉଣ୍ଡେସନର ଗାନ୍ଧୀ ଫେଲୋଙ୍କ ଦ୍ୱାରା ଆକାଂକ୍ଷା ଜ଼ିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋରୀ ବାଳିକା ସଶକ୍ତି ଅଭିଯାନ ମାଧ୍ୟମରେ ଜ଼ିଲ୍ଲାର ଖ୍ରୀଷ୍ଟିଆନ ଧାର୍ମିକ ବିଶ୍ୱାସ ନେତୃତ୍ୱଙ୍କ ମାଧ୍ୟମରେ ବାଲ୍ୟ ବିବାହ ରୋକିବା, କିଶୋରୀ ବାଳିକା ତଥା ବିଦ୍ୟାଳୟକୁ ଶିକ୍ଷା ଗ୍ରହଣ ଲାଗି ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଣିବା , କିଶୋରୀ ବାଳିକାଙ୍କ ଲାଗି ଉଦ୍ଧିଷ୍ଟ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ପରିଚାଳିତ ସାପ୍ତାହିକ ଆଦିବିକା କାର୍ଯ୍ୟକ୍ରମରେ ଭାଗ ନେବାକୁ ସାମାଜିକ ସ୍ତରରେ ପ୍ରେରିତ କରିବା ଲାଗି ଦକ୍ଷତା ବିକାଶ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପରିଶେଷରେ ନିଜକୁ ସମାଜସେବା ମାଧ୍ୟମରେ ଜ଼ିଲ୍ଲାର ସମସ୍ତ କିଶୋରି ବାଳିକାଙ୍କ ସଶକ୍ତିକରଣ ଓ ଶୁନ୍ୟ ଡ୍ରପ୍ ଆଉଟ ଲାଗି ଶପଥ ଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମକୁ ପିରାମଲ ଫାଉଣ୍ଡେସନର ଗାନ୍ଧୀ ଫେଲୋ ଆୟୁଷ ହର୍ଷ ଫରହାନ ଓ ଉପାସନା ପ୍ରଶିକ୍ଷଣ ଦେଇଥିଲେ |

Exit mobile version