Site icon Awaj Media

ନୟାଗଡ଼ ଜିଲ୍ଲାରେ ଭର୍ଚୁଆଲ ମାଧ୍ୟମରେ ଉଦଘାଟିତ ହେଲା ୬୦ ଟି ରୂପାନ୍ତରିତ ବିଦ୍ୟାଳୟ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲାରେ ୬୦ ଟି ରୂପାନ୍ତରିତ ବିଦ୍ୟାଳୟ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏଥି ମଧ୍ୟରେ ନୟାଗଡ଼ ସଦର ବ୍ଲକ ର ୧୦ ଟି ବିଦ୍ୟାଳୟ , ଓଡ଼ଗାଁ ର ୧୩ ଟି ,ଦଶପଲ୍ଲା ବ୍ଲକ ର ୫ଟି , ନୂଆଗାଁ ବ୍ଲକ ର ୯ ଟି , ଗଣିଆ ବ୍ଲକର ର ୫ ଟି , ଖଣ୍ଡପଡ଼ା ବ୍ଲକ ର ୮ ଟି , ଭାପୁର ବ୍ଲକ ର ୪ ଟି ଓ ରଣପୁର ବ୍ଲକ୍ ର ୬ ଟି ବିଦ୍ୟାଳୟ ସାମିଲ ଅଛି । ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କ ସହିତ ସିଧାସଳଖ କଥା ହେବା ସହ ବିଦ୍ୟାଳୟ ଗୁଡିକ ଆଜି ଯେଉଁ ନୂତନ ରୂପ ନେଇଛି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମାନସିକ ସ୍ତରରେ ପରିବର୍ତ୍ତନ ଆଣିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରେଷ୍ଠ କରି ଗଢି ତୋଳିବା ର ସୁଯୋଗ ସୃଷ୍ଟି କରିବ ବୋଲି ପ୍ରକାଶ କରିଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲାପାଳ ଡ଼. ପୋମା ଟୁଡୁ ପରିଚାଳନା କରିଥିବା ବେଳେ ନୟାଗଡ଼ ବିଧାୟକ ଡଃ. ଅରୁଣ କୁମାର ସାହୁ ଯୋଗଦେଇ ଶିକ୍ଷା ର ବିକାଶ ସୁଦୃଢ କରିବା ରେ ୫ ଟି ର ରୁପାନ୍ତରିକରଣ ଯୋଜନା ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ଧନ୍ୟବାଦ ଦେଇଥିଲେ । ଏଥି ସହ ନୟାଗଡ଼ ଜିଲ୍ଲାବାସୀ ଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଙ୍କ ଆନ୍ତରିକତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଦଶପଲ୍ଲା ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ରମେଶ କୁମାର ବେହେରା ଯୋଗଦେଇ ବିଦ୍ୟାଳୟ ରୁପାନ୍ତରିକରଣ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କର ମାନସିକ ସ୍ତରରେ ପରିବର୍ତ୍ତନ ଆଣିଛି ବୋଲି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ଧନ୍ୟବାଦ ଦେଇଥିଲେ । ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ର ଭବିଷ୍ୟତ ପାଇଁ ବିଦ୍ୟାଳୟ ରୁପାନ୍ତରିକରଣ ଶୁଭ ସଙ୍କେତ ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ପ୍ରତ୍ୟାଶା ବିଦ୍ୟାଳୟ କୁ ଆକର୍ଷଣୀୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନୟାଗଡ଼ ସଦର ବ୍ଲକ ଲାଠିପଡା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ ବିଦ୍ୟାଳୟ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

 

Exit mobile version