Site icon Awaj Media

ସ୍ନତନ୍ତ୍ର ଟିକେଟ କାଉଣ୍ଟର ପାଖରେ ଅଘଟଣ : ସମସ୍ତେ ଦେଖି ଉପଭୋଗ କଲେ , ହେଲେ କେହି କଲେନି ପ୍ରତିବାଦ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାରବାଟି ଟି ୨୦ କ୍ରିକେଟ୍ ଖେଳ ଆଉ ମାତ୍ର ୨ ଦିନ ବାକିଥିବା ବେଳେ ଗତକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଆରମ୍ଭ ହୋଇଛି ଟିକେଟ ବିକ୍ରି । କଡା ନିରାପତ୍ତା ଓ ସିସିଟିଭି ବଳୟରେ ଟିକେଟ ବିକ୍ରି ହେଉଥିଲେ ମଧ୍ୟ ମହିଳାଙ୍କ ପାଇଁ ଥିବା ୨ ଟି ସ୍ନତନ୍ତ୍ର କାଉଣ୍ଟର ପାଖରେ ଏକ ଅଘଟଣ ଦେଖିବାକୁ ମିଳିଥିଲା । ବହୁ ମାତ୍ରାରେ ପୋଲିସ୍ ମୁତୟନ ଥିଲେ ହେଁ କୌଣସି ଧାଡି ନିୟମ ଅନୁସାରେ କେହି ସୁରକ୍ଷିତ ନଥିଲେ । ନାରୀଙ୍କୁ ସମ୍ମାନ ଦେଉଥିବା ନାରା କୁ ଜଣେ ଝିଅ କିପରି ନଷ୍ଟ କରୁଛି ତାହା ଏହି ଭାଇରାଲ ଭିଡିଓରୁ ଦୃଶ୍ୟମାନ ହେଉଛି । ଜଣେ ସୁସ୍ଥ ସବଳ ଝିଅଟିଏ ପଛରେ ଥିବା ଏକ ଝିଅ ସହିତ କଳହ କରି ପର ମୂହୁର୍ତ୍ତରେ ନିଜ ସ୍ଥାନରେ ଦଣ୍ତାୟମାନ ହୋଇଥିବା ଜଣେ ମହିଳାଙ୍କୁ ସର୍ବ ସମୁଖରେ ଗାଳି ଗୁଲଜ କରି ବାହାର କରି ଦେଇଥିଲେ । ବହୁ ବୁଦ୍ଧିଜିବୀ ଏପରି ଏକ ମନମୁଖୀ କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି । ସୁରକ୍ଷା ପାଇଁ ଥିବା ୨୦ ପ୍ଲାଟୁନ୍ ପୁଲିସ ର ପାରିବା ପଣିଆକୁ ଏ ଦୃଶ୍ୟ ଦେଖିଲା ପରେ ନିନ୍ଦିତ କରିଛି । ତେଣୁ ସେହି ସମୟର ସିସିଟିଭି ଯାଞ୍ଚ କରି ଜୁନ୍ ୧୨ ତାରିଖର କ୍ରିକେଟ୍ ଖେଳ ଦିନ ଉକ୍ତ ଝିଅର ପ୍ରବେଶକୁ ରଦ୍ଧ କରିବା ସହିତ ଉକ୍ତ ସରଳ ମହିଳା କ୍ରିକେଟ ପ୍ରେମୀଙ୍କ ପ୍ରତି ନ୍ୟାୟ ପ୍ରଦାନ କରାଯାଉ । ନଚେତ ଏପରି ଉଦଭ୍ରାନ୍ତ ଝିଅ ମାନେ ଷ୍ଟାଡିୟମରେ ବହୁ ବିପଦ ଆଣି ପାରନ୍ତି ।

Exit mobile version