Site icon Awaj Media

ଆତ୍ମନିର୍ଭର କୃଷକ ଅଭିଯାନ ସଂକଳ୍ପ ଯାତ୍ରାକୁ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କଟକ ଶାଖା ତରଫରୁ ଆତ୍ମନିର୍ଭର କୃଷକ ଅଭିଯାନ ସଂକଳ୍ପ ଯାତ୍ରା ବାହାରି ୪୨ ମୌଜା ବେଣ୍ଟକାର ଶାଖାରେ ପହଞ୍ଚିଥିଲା l ୪୨ ମୋୖଜ଼ା ଶାଖା ତରଫରୁ ତାଙ୍କୁ ସ୍ୱାଗତ କରିବା ସହ ଆନନ୍ଦ ନୃସିଂହ ପୂଜ୍ୟପୂଜା ଭବନ ପଟଣାରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ସଭାପତି ଇଂ.ଅଶୋକ ବିଶ୍ୱାଳଙ୍କ ସଭାପତିତ୍ବରେ ଏକ କର୍ମଶାଳା ଆୟୋଜିତ ହୋଇ ବ୍ରହ୍ମାକୁମାରୀ ଦିବ୍ୟା ଭଉଣୀ, ନିତା ଭଉଣୀ, ଗୀତାଞ୍ଜଳି ଭଉଣୀ ଓ ବ୍ରହ୍ମାକୁମାର ଆନନ୍ଦ ଭାଇ ଅତିଥି ଭାବରେ ଯୋଗଦାନ ପୂର୍ବକ ଏହି କଳୁଷିତ ସମାଜରୁ ନିଜକୁ କିପରି ପରମାତ୍ମାଙ୍କ ସାନିଧ୍ୟ ଲାଭକରି ସ୍ନେହ ଶ୍ରଦ୍ଧା ପ୍ରେମ ଓ ଶାନ୍ତିରେ ବଞ୍ଚିବା ପୁଣି ଜୈବିକ ସାର ପ୍ରୟୋଗ କରି ଚାଷ କରିବା ଆଦି ଆଧ୍ୟାତ୍ମିକ ସନ୍ଦେଶ ପ୍ରଦାନ କରିଥିଲେ l ପ୍ରତିଷ୍ଠାନର ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ ସ୍ୱାଗତ ଭାଷଣ, ବି.କେ ରୀନା ଭଉଣୀ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ଯୁବନେତା ବିନୋଦ ବେହେରା, କ୍ଷୀରୋଦ ଦାସ, ପ୍ରସନ୍ନ ବେହେରା, ପ୍ରଭାକର ଖଟୁଆ, ଉପେନ୍ଦ୍ର ବାରିକ, ଭାସ୍କର ଦାସ, ଶ୍ରାବନ୍ତିକା ମହାନ୍ତି, ନଟବର ବେହେରା ଉପସ୍ଥିତ ଥିଲେ l ବି.କେ ଦେବଯାନୀ, ଝିଲି ଭଉଣୀ, ମମତା ଭଉଣୀ ଏବଂ ବି.କେ.ପ୍ରସନ୍ନ, ବୁଚୁ, ଶଶୀ ଭାଇ ପ୍ରମୁଖ ସଭା ପରିଚାଳନା କରିଥିଲେ l ଅସୀମ ଦାସ ଧନ୍ୟବାଦ ଦେଇଥିଲେ l

Exit mobile version