Site icon Awaj Media

ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷ ଗଙ୍ଗା ଏବଂ ଗ୍ରାମ ସଫେଇ ଅଭିଯାନର ଶୁଭାରମ୍ଭ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ନବଘନପୁର ପଞ୍ଚାୟତ ରେ ଗଙ୍ଗା ଦଶହରା ଉପଲକ୍ଷେ ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷ ଗଙ୍ଗା ଏବଂ ଗ୍ରାମ ସଫେଇ ଅଭିଯାନ ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ନବଘନପୁର ପଞ୍ଚାୟତର ସରପଞ୍ଚ କବିରାଜ ସାହୁ ମୁଖ୍ୟ କର୍ତ୍ତା ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାଳୁଚିଆ ପଲ୍ଲୀ ଶନି ମନ୍ଦିରଠାରେ ୧୦୮ କଳସ ଶୋଭାଯାତ୍ରା ସହ ହୋମ ଯଜ୍ଞ କରାଯାଇ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ବୃକ୍ଷ ଗଙ୍ଗା ଅଭିଜାନ ମାଧ୍ୟମରେ ବୃକ୍ଷ ରୋପଣ ଏବଂ ସ୍ବଚ୍ଛତା କାର୍ଯକ୍ରମ କୁ ନବଘନପୁର ପଞ୍ଚାୟତ ରୁ ଶୁଭାରମ୍ଭ କରିଥିବାରୁ ଗାୟତ୍ରୀ ପରିବାର କୁ ସରପଞ୍ଚ କବିରାଜ ସାହୁ ଧନ୍ୟବାଦ ଦେବା ସହ ପଞ୍ଚାୟତ ରେ ସମସ୍ତେ ଏକ ହୋଇ ଭାଇଚାରା ଏବଂ ଶାନ୍ତି ପ୍ରତିଷ୍ଠା ସହ ଉନ୍ନତି ମୁଳକ କାର୍ଯ୍ୟ କରିବା ନିମନ୍ତେ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଛନ୍ତି ।

Exit mobile version