ରାଁସୋଳ ଢ଼ାବା ଛକ ପାଖ ଜଙ୍ଗଲରୁ ମାଛ ବେପାରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବନ୍ଧୁକ ଦେଖାଇ ଲୁଟ !!!

0
173

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରାଁସୋଳ ଢ଼ାବା ଛକ ପାଖ ଜଙ୍ଗଲରୁ ମାଛ ବେପାରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବନ୍ଧୁକ ଦେଖାଇ ଲୁଟ . କନ୍ତିରା ଗ୍ରାମର ଉଦୟ ମଲ୍ଲିକ, ବୁଟା ବେହେରା, ଏକତାଳି ଗ୍ରାମର ବିଶ୍ଵନାଥ ମାଝୀ, ମଳୟ ମାଝୀ ସୁକିନ୍ଦା ଖଣି ଅଞ୍ଚଳରେ ଆଜି ସାପ୍ତାହିକ ହାଟରେ ମାଛ ବ୍ୟବସାୟ ସାରି ଶନିବାର ରାତି 7 ଘଟିକା ସମୟରେ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ କାଳିଆପାଣି ଥାନା ଅନ୍ତର୍ଗତ ରାଁସୋଳ ଢ଼ାବା ଛକ ଠାରୁ କୁସୁମୁଣ୍ଡିଆ ଯିବା ରାସ୍ତାରେ ଥିବା ଟାଟା ୧ ନଂ ମାଇନ୍ସ ଜଙ୍ଗଲ ପାଖରେ 4 ଜଣ ଅଜଣା ଲୁଟେରା ଦୁଇଟି ବାଇକ୍ ଯୋଗେ ଆସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହିତ ବନ୍ଧୁକ ଦେଖାଇ ମାଛ ବେପାରୀଙ୍କ ଠାରୁ ପାଖାପାଖି 40 ହଜାର ଟଙ୍କା ଲୁଟି ନେଇଥିବା ଜଣାଯାଇଛି . ଘଟଣା ସମ୍ପର୍କରେ କାଳିଆପାଣି ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ 4 ଜଣ ମାଛ ବେପାରୀଙ୍କୁ ଆହତ ଅବସ୍ଥାରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରେଇ ଚିକିତ୍ସା କରିଥିବା ଦେଖିବାକୁ ମିଳିଥିବା ବେଳେ କନ୍ତିରା ଗ୍ରାମର ଉଦୟ ମଲ୍ଲିକ ଅଧିକ ଆହତ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here